ତ୍ରିରଙ୍ଗା ବିକ୍ରିରେ ଭାରତର ରେକର୍ଡ। ହର ଘର ତ୍ରିରଙ୍ଗା ଅଭିଯାନରେ ପତାକା ସହ ୫ କୋଟି ସେଲଫି।

122

କନକ ବ୍ୟୁରୋ: ତ୍ରିରଙ୍ଗା ବିକ୍ରିରେ ରେକର୍ଡ କଲା ଭାରତ । ସାର୍ବଜନୀନ ବିକ୍ରି ପାଇଁ ଉଦ୍ଦିଷ୍ଟ ଅନଲାଇନ୍ ପ୍ଲାଟଫର୍ମ ଜେଏଇମରେ ୨ କୋଟିରୁ ଅଧିକ ତ୍ରିରଙ୍ଗା ବିକ୍ରି ହୋଇଛି । ଯାହାର ମୂଲ୍ୟ ୬୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି । ଜୁଲାଇ ୧ରୁ ଅଗଷ୍ଟ ୧୫ ତାରିଖ ମଧ୍ୟରେ ବିଭିନ୍ନ ସରକାରୀ ବିଭାଗ ଓ ରାଜ୍ୟମାନେ ଏହି ତ୍ରିରଙ୍ଗା କିଣିଛନ୍ତି । ‘ହର ଘର ତ୍ରିରଙ୍ଗା’ ଅଭିଯାନ ପାଇଁ ତ୍ରିରଙ୍ଗା ବିକ୍ରି କରାଯାଉଥିଲା । ବାଣିଜ୍ୟ ମନ୍ତ୍ରାଳୟ ୨୦୧୬ ମସିହା ଅଗଷ୍ଟ ୮ ତାରିଖରେ ସରକାରଙ୍କ ଇ-ମାର୍କେଟପ୍ଲେସ୍ ବା ଜେଇଏମର ଶୁଭାରମ୍ଭ କରିଥିଲା । ସେହିପରି ହର ଘର ତ୍ରିରଙ୍ଗା ଅଭିଯାନରେ ତ୍ରିରଙ୍ଗା ସହ ୫ କୋଟି ସେଲଫି ଉଠାଯାଇଛି ।