ଆଇଏଫଏଫକୁ ସସପେଣ୍ଡ କଲା ଫିଫା, ବାତିଲ ହେଲା ଅଣ୍ଡର-୧୭ ମହିଳା ବିଶ୍ୱକପ ।

119

କନକ ବ୍ୟୁରୋ:  ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ୍ ବା ଏଆଇଏଫଏଫକୁ ସସପେଣ୍ଡ କଲା ଫିଫା । କେବଳ ଏତିକି ନୁହେଁ, ବିଶ୍ୱର ସର୍ବୋଚ୍ଚ ଫୁଟବଲ ସଂସ୍ଥା ଭାରତରେ ହେବାକୁ ଥିବା ଅଣ୍ଡର-୧୭ ମହିଳା ବିଶ୍ୱକପ ଆୟୋଜନ ଅଧିକାର ମଧ୍ୟ ଛଡ଼ାଇ ନେଇଛି । ଏଆଇଏଫଏଫର ତୃତୀୟ ପକ୍ଷର ହସ୍ତକ୍ଷେପ କାରଣରୁ ଭାରତୀୟ ଫୁଟବଲ ସଂସ୍ଥାକୁ ନିଲମ୍ବିତ କରିବାକୁ ପଡ଼ିଛି । ଏପଟେ ଫିଫା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି କେନ୍ଦ୍ର ସରକାର ।

କେନ୍ଦ୍ର ସରକାର ନିଲମ୍ବନ ପ୍ରସଙ୍ଗରେ ତୁରନ୍ତ ଶୁଣାଣି କରିବାକୁ ଦାବି କରିଛନ୍ତି । କୋର୍ଟ ବୁଧବାର ଏହି ମାମଲାର ଶୁଣାଣି କରିବେ । ଅକ୍ଟୋବର ୧୧ରୁ ୩୦ ତାରିଖ ଯାଏର୍ ଭାରତରେ ଫିଫା ୧୭ ବର୍ଷରୁ କମ୍ ମହିଳା ଟୁର୍ଣ୍ଣାମେଣ୍ଟହେବା ପାଇଁ ସ୍ଥିର ହୋଇଛି । କିନ୍ତୁ ଏଆଇଏଫଏଫରେ ତୃତୀୟ ପକ୍ଷର ଅଯଥା ହସ୍ତକ୍ଷେପ ହେଉଥିବାରୁ ଫିଫା ଏହାକୁ ସଦସ୍ୟତା ପଦରୁ ନିଲମ୍ବନ କରିଛି । ଏଆଇଏଫଏଫର ବିଭିନ୍ନ ପଦ ଲାଗି ନିର୍ବାଚନ ନହେଲା ଯାଏଁ ଏହି ନିଲମ୍ବନ ଆଦେଶ ବଳବତର ରହିବ । ଯାହା ଫଳରେ ଭାରତରେ ୧୭ ବର୍ଷରୁ କମ୍ ବିଶ୍ୱକପ୍ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ।