ସ୍ଥିତି ଉପରେ ନଜର ରଖିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ, ଗାଇଡ ଲାଇନ ପାଳିବାକୁ ଅପିଲ କଲେ ଅରିନ୍ଦମ ବାଗଚୀ।

110

କନକ ବ୍ୟୁରୋ: ଚୀନର ସ୍ଥିତି ଉପରେ ଭାରତ ନଜର ରଖିଥିବା କହିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ । ଏମଇର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛି, ଚୀନର ସ୍ଥିତି ଉପରେ ନଜର ରଖାଯାଇଛି । ଆବଶ୍ୟକ ମୁତାବକ ଦେଶମାନଙ୍କୁ ଚିକିତ୍ସା କ୍ଷେତ୍ରରେ ଭାରତ ସାହାଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏଥିସହ ଯେଉଁ ଦେଶମାନଙ୍କରେ ଭାରତୀୟମାନେ ରହୁଛନ୍ତି ସେଠାକାର ଗାଇଡଲାଇନ ପାଳିବାକୁ ଅପିଲ କରିଛନ୍ତି ଅରିନ୍ଦମ ବାଗଚୀ । ଖୁବ ଶୀଘ୍ର ଟ୍ରାଭେଲ ଆଡଭାଇଜରୀ ଜାରି କରାଯିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି ।