ଲଦାଖ୍ ସୀମାରେ ସେନାର ବଡ ଧରଣର ସମରାଭ୍ୟାସ୍ । ସୀମାରେ ମୁତୟନ ହେଲା ଅତ୍ୟାଧୁନିକ ଟ୍ୟାଙ୍କ ଓ ସାଞ୍ଜୁଆ ଯାନ

203

କନକ ବ୍ୟୁରୋ : ସୀମାରେ ଭାରତ ଚୀନ୍ ମଧ୍ୟରେ ତିକ୍ତତା ବଢିବାରେ ଲାଗିଥିବା ବେଳେ ଚୀନକୁ ଭାରତ କଡା ଚେତାବନୀ ଦେଇଛି । ପୂର୍ବ ଲଦାଖରେ ଆରମ୍ଭ ହୋଇଛି ଭାରତୀୟ ସେନାର ବଡ ଧରଣର ସମରାଭ୍ୟାସ୍ । ସୀମାରେ ମୁତୟନ ହେଲା ଅତ୍ୟାଧୁନିକ ଟ୍ୟାଙ୍କ ଓ ସାଞ୍ଜୁଆ ଯାନ ।

ଭାରତ ଚୀନ୍ ସୀମାରେ ଅପ୍ରିତିକର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପୂର୍ବ ଲଦାଖ ସେକ୍ଟରରେ ନୂଆ ଅସ୍ତ୍ରଶସ୍ତ୍ର ଜମା କରୁଛି ଭାରତ । ମିଳିଥିବା ରିପୋର୍ଟ ଆଧାରରେ, ଭାରତରେ ନିର୍ମିତ ଧନୁଷ’କୁ ସୀମାରେ ମୁତୟନ କରାଯାଇଛି । ଏହି ଟ୍ୟାଙ୍କରର ରେଞ୍ଜ୍ ପ୍ରାୟ ୪୮କିଲୋମିଟର ରହିଛି । ୪୮କିଲୋମିଟର ରେଞ୍ଜରେ ଆସୁଥିବା ଶତ୍ରୁର ଟ୍ୟାଙ୍କର, ବଙ୍କର ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରକୁ ନିମିଷକରେ ଧୁଳିସାତ୍ କରିଦେବ ଧନୁଷ’ । କେବଳ ଏତିକି ନୁହେଁ, ଆଉ ଏକ ଭରତ ନିର୍ମିତ ଅତ୍ୟାଧୁନିକ ଅସ୍ତ୍ର ଏମ୍-୪ କ୍ୱିକ୍ ରିଆକସନ୍ ଫୋର୍ସ ଭେହିକିଲ୍ ବି ଏଥିରେ ସାମିଲ କରାଯାଇଛି । ଏହି ଗାଡି ସୈନ୍ୟଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଖୁବ୍ ଶୀଘ୍ର ସ୍ଥାନାନ୍ତର କରିବାର କ୍ଷମତା ରଖିଛି । ସୀମାରେ ଭାରତ ନିର୍ମିତ ଆଉ ଏକ ଅତ୍ୟାଧୁନିକ ଅସ୍ତ୍ର ବି ସାମିଲ କରାଯାଇଛି । ଶତ୍ରୁ ଉପରେ ନଜର ରଖିବା ପାଇଁ ଟାଟା ରଜକ୍ ସିଷ୍ଟମକୁ ମୁତୟନ କରାଯାଇଛି । ଏହି ସିଷ୍ଟମ୍ ୨୫କିଲୋମିଟର ଦୂର ଯାଏ ଶତ୍ରୁ ଉପରେ ନଜର ରଖିପାରିବ । ଆଉ ସେନାକୁ ଆଲର୍ଟ କରିବ । ଏହାସହିତ ଭାରତ ନିର୍ମିତ କେ-୯ ବଜ୍ର ସ୍ୱଚାଳିତ ବନ୍ଧୁକ ମୁତୟନ କରାଯାଇଛି । ସୀମାରେ ଚୀନକୁ ଜବାବ୍ ଦେବା ପାଇଁ ଭାରତୀୟ ସେନା ସମ୍ପୁର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି