ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ । ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଦକ୍ଷିଣ ଆଫ୍ରିକା ଦଳ

51

କନକ ବ୍ୟୁରୋ: ଟସ୍ ଜିତିଲା ଭାରତ, ପ୍ରଥମ କରିବ ବୋଲିଂ । ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ରୋହିତ ଶର୍ମା । ଏଥିସହ ଦକ୍ଷିଣ ଆଫ୍ରିକା ଦଳ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ ।

ଆଜିଠୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେଉଛି । କେରଳର ଥିରୁଅନନ୍ତପୁରମରେ ପ୍ରଥମ ମ୍ୟାଚ ଖେଳାଯାଉଛି । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୨-୧ରେ ସିରିଜ୍ ଜିତିବା ପରେ ଏବେ ଦକ୍ଷିଣ ଆଫିକାକୁ ସାମ୍ନା କରିବାକୁ ଯାଉଛି । ଟି-୨୦ ବିଶ୍ୱକପ ପୂର୍ବରୁ ଏହି ସିରିଜ ବିଜୟୀ ହୋଇ ମନୋବଳ ବୃଦ୍ଧି କରିବାକୁ ଉଭୟ ଦଳ ଲକ୍ଷ୍ୟ ରଖିଛନ୍ତି । ବିଶ୍ୱକପ ପୂର୍ବରୁ ଭାରତ ଡେଥ୍ ଓଭରରେ ବୋଲିଂ କିଭଳି ଶାଣିତ କରି ହେବ ତା ଉପରେ ଗୁରୁତ୍ୱ ଦେବ ।

ଅନ୍ୟପଟେ ଅଷ୍ଟ୍ରେଲିଆ ବିପକ୍ଷରେ ଯଦିଓ ଭାରତ ସିରିଜ ବିଜୟୀ ହୋଇଛି, ହେଲେ ଡେଥ ଓଭରରେ ବୋଲିଂ ନୈରାଶ୍ୟଜନକ ଥିଲା । ତେବେ ଅର୍ଶଦୀପ ସିଂ ଏବେ ଦଳକୁ ଫେରିଛନ୍ତି । ତେଣୁ ଡେଥ ଓଭରରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରହିଛି । ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ରାମ ନେଇଛନ୍ତି । ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ସୂର୍ଯ୍ୟକୁମାରଙ୍କ ବିଧ୍ୱଂସୀ ବ୍ୟାଟିଂକୁ ପୁଣିଥରେ ଆଜିର ମ୍ୟାଚରେ ଦେଖିବେ ବୋଲି କ୍ରିକେଟ ପ୍ରେମୀ ଆଶା ରଖିଛନ୍ତି ।