ବେଙ୍ଗାଲୁରୁ ଇନଭେଷ୍ଟର ମିଟରୁ ବଡ ଖବର, ଆସନ୍ତା ମାସରେ ଭୁବନେଶ୍ବରରେ ଡେଭେଲପମେଣ୍ଟ ସେଣ୍ଟର ଖୋଲିବ ଆବିଏମ୍, ଆଇଟି କ୍ଷେତ୍ରରେ ପୁଞ୍ଜି ବିନିଯୋଗର ବଡ ସଫଳତା

90

କନକ ଟ୍ରେଣ୍ଡିଂ :  ଦୁବାଇ, ମୁମ୍ବାଇ ପରେ ଦେଶର ସିଲିକନଭ୍ୟାଲି ବେଙ୍ଗାଲୁରୁରୁ ଓଡିଶା ପାଇଁ ଆସୁଛି ବଡ ଖବର। ମେକ ଇନ୍ ଓଡିଶା ତୃତୀୟ ସଂସ୍କରଣ ପାଇଁ ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କ ୨ ଦିନିଆ ବେଙ୍ଗାଲୁରୁ ଇନଭେଷ୍ଟର ମିଟକୁ ମିଳଛି ଶିଳ୍ପ ଜଗତର ବଡ ସମର୍ଥନ । ଆଇଟି କ୍ଷେତ୍ରରେ ଓଡିଶାକୁ ମିଳିଛି ବଡ ଧରଣର ପୁଞ୍ଜି ବିନିଯୋଗ ସଫଳତା। ଆସନ୍ତା ମାସରେ ଭୁବନେଶ୍ବରରେ ନିଜର ଡେଭେଲପମେଣ୍ଟ ସେଣ୍ଟର ଖୋଲିବାରୁ ଯାଉଛି ବହୁରାଷ୍ଟ୍ରିୟ ଆଇଟି କମ୍ପାନି ଆବିଏମ୍ ।

ପ୍ରାରମ୍ଭିକ ପର୍ୟ୍ୟାୟରେ ଆଇବିଏମ୍ ଭୁବନେଶ୍ବର ସେଣ୍ଟରେ ୨୦୦ ରୁ ୪୦୦ ଆଇଟି ପ୍ରଫେସନାଲଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ବେଙ୍ଗାଲୁରୁ ଇନଭେଷ୍ଟର ମିଟ୍ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଇବିଏମ୍ ମ୍ୟାନେଜିଙ୍କ ପାର୍ଟନର ଅମିତ ଶର୍ମାଙ୍କ ସହ ଆଲୋଚନା ପରେ କମ୍ପାନି ପକ୍ଷରୁ ଏହି ନିଷ୍ପତି ନିଆଯାଇଛି।

ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବ ଭିକେ ପାଣ୍ଡିଆନ, ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଆଇଟି ସଚିବ ମନୋଜକୁମାର ମିଶ୍ରଙ୍କ ସହ ଆଇବିଏମ୍ ବରିଷ୍ଠ ଅଧିକାରୀ ଆଲୋଚନା ନେଇ ୫ଟି ସଚିବଙ୍କ ଇଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟରେ ଏନେଇ ମଧ୍ୟ ସୂଚନା ଦିଆଯାଇଛି।

 

 

ବେଙ୍ଗାଲୁରୁରେ ଇନଭେଷ୍ଟର ମିଟରେ ଆଇବିଏମ୍ ଛଡା ପ୍ରତିଷ୍ଠିତ ଆଇଟି କମ୍ପାନି ଆସେନଚର୍ , ହାପିଏଷ୍ଟ ମାଇଣ୍ଡ, କନସେନଟ୍ରିକ୍ସ ସହ ପ୍ରଫେସନାଲ ଓ ଆକାଉଣ୍ଟିଙ୍ଗ ସର୍ଭିସେସ ଯୋଗାଉଥିବା ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ କମ୍ପାନି ଇ ଆଣ୍ଡ ୱାଇ( ଅର୍ନେଷ୍ଟ ଆଣ୍ଡ ୟଙ୍ଗ ) ମଧ୍ୟ ଖୁବ ଶୀଘ୍ର ଭୁବନେଶ୍ବରରେ ନିଜର କାର୍ଯ୍ୟାଳୟ ଖୋଲିବାକୁ ଯାଉଥିବା ସୂଚନା ମିଳିଛି। ଏହା ସହ ଲୋକପ୍ରିୟ ଅନଲାଇନ ସପିଙ୍ଗ କାର୍ଟ ଫ୍ଲିପକାର୍ଟ ମଧ୍ୟ ପର୍ୟ୍ୟଟନ , ଲଜିଷ୍ଟିକ୍ ଓ ହସ୍ତଶିଳ୍ପ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସହ ଏମଓୟୁ କରିବାକୁ ଯାଉଛି ।

 

ବେଙ୍ଗାଲୁରୁ ପ୍ରଥମ ଦିନର ଇନଭେଷ୍ଟର ମିଟରେ ମୁଖ୍ୟମନ୍ତ୍ରୀ ୱିପ୍ରୋ କମ୍ପାନି ସମୂହର ପ୍ରତିଷ୍ଠାତା ଅଜିମ ପ୍ରେଜମୀଙ୍କ ସହ ଶିଳ୍ପଜଗତର ୮ ପ୍ରମୂଖ ବ୍ୟକ୍ତିତ୍ବଙ୍କ ସହ ଓଡିଶାରେ ପୁଞ୍ଜି ବିନିଯୋଗ ପ୍ରସ୍ତାବ ନେଇ ଆଲୋଚନା କରିଥିଲେ। ଗତ ଜୁନ୍ ମାସରେ ଦୁବାଇରେ ପ୍ରଥମ ଥର ଦେଶ ବାହାରେ ରାଜ୍ୟ ସରକାରଙ୍କ ଦ୍ବାରା ଆୟୋଜିତ ଇନଭେଷ୍ଟର ମିଟ୍ ରୁ ରାଜ୍ୟକୁ ୨୧ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ମିଳିଥିଲା । ଚଳିତ ସେପ୍ଟେମ୍ବର ମାସରେ ୩ ଦିନିଆ ମୁମ୍ବାଇ ଇନଭେଷ୍ଟର ମିଟରେ ମୁଖ୍ୟମନ୍ତ୍ରୀ ଆଦିତ୍ୟ ବିର୍ଲାଗ୍ରୁପର ଚେୟାରମ୍ୟାନ କୁମାର ମଙ୍ଗଲମ ବିରଲା, ଦେବାନ୍ତ ଗ୍ରୁପର ଅନିଲ ଅଗ୍ରବାଲ , ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରାଙ୍କ ସହ ଅନ୍ୟ ପ୍ରମୂଖ ଶିଳ୍ପପତିଙ୍କୁ ଭେଟି ରାଜ୍ୟରେ ସୁଯୋଗ ଥିବା ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ପ୍ରସ୍ତାବ ଦେଇଥିଲେ। ତେବେ ନଭେମ୍ବର ୩୦ରୁ ଡିସେମ୍ବର ୪, ପାଞ୍ଚ ଦିନିଆ ମେକ୍ ଇନ୍ ଓଡିଶା କନକ୍ଲେଭ ତୃତୀୟ ସଂସ୍କରଣ ବେଳେ ଓଡିଶା ପାଇଁ ଆହୁରି ବଡ ପୁଞ୍ଜିବିନିଯୋଗ ପ୍ରସ୍ତାବ ଆସିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଇନଭେଷ୍ଟର ମିଟରୁ ସଙ୍କେତ ମିଳୁଛି ।