ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ହକି ପ୍ରୋ ଲିଗର ଉଦଘାଟନୀ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୪-୩ ଗୋଲରେ ଭାରତ ବିଜୟୀ

88

କନକ ବ୍ୟୁରୋ : ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ପ୍ରୋ ଲିଗର ଉଦଘାଟନୀ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୪-୩ ଗୋଲରେ ହରାଇଛି ଭାରତ । ଦଳ ପକ୍ଷରୁ ମନଦୀପ ସିଂ ଦୁଇଟି ଗୋଲ ଦେଇଥିବା ବେଳେ ମନଦୀପ ମୋର ଏବଂ ଅଧିନାୟକ ହର୍ମନପ୍ରିତ ସିଂ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ସାମ ଲେନ ଦୁଇଟି ଗୋଲ ଦେଇଥିବା ବେଳେ କେଜ୍ ସ୍ମିଥ ଗୋଟିଏ ଗୋଲ ଦେଇଥିଲେ । ଦୁଇଟି ଗୋଲ କରିଥିବା ମନଦୀପ ସିଂଙ୍କୁ ଶ୍ରେଷ୍ଠ ଖେଳାଳୀ ପୁରସ୍କାର ମିଳିଥିଲା ।
ଘରୋଇ ପଡିଆରେ ଖେଳୁଥିବା ଭାରତୀୟ ଟିମ୍ ପ୍ରଥମରୁ ଆକ୍ରମଣାତ୍ମକ ଢଙ୍ଗରେ ଖେଳି ପ୍ରଥମ ଗୋଲ ଦେଇଥିଲେ । ପରେ ନ୍ୟୁଜିଲ୍ୟାଣ୍ଡ ଗୋଟିଏ ଗୋଲ ଦେଇଥିଲା । ପ୍ରଥମାର୍ଦ୍ଧରେ ୧-୧ ଗୋଲ୍ ସହ ବରାବର ସ୍ଥିତିରେ ଥିଲା ମ୍ୟାଚ୍ । ପରେ ପେନାଲ୍ଟି