ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ବଦଳିବ ଆଉ ୫ଟି ମ୍ୟାଚର ତାରିଖ । ଜାଣନ୍ତୁ, କେଉଁ କେଉଁ ମ୍ୟାଚର ତାରିଖ ବଦଳିବ ?

248

କନକ ବ୍ୟୁରୋ: ଦିନିକିଆ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ୍ ତାରିଖ ବଦଳିବା ସହିତ ଆଉ ୫ଟି ମ୍ୟାଚର ମଧ୍ୟ ବଦଳିବ ତାରିଖ । କେବଳ ଭାରତ-ପାକିସ୍ତାନ ନୁହେଁ, ବରଂ ବିଶ୍ୱକପ୍ ମ୍ୟାଚର ଆଉ କେତୋଟି ମ୍ୟାଚର ତାରିଖ ମଧ୍ୟ ବଦଳିବା ନେଇ ସୂଚନା ମିଳିଛି । ଏନେଇ ବିଧିବଦ୍ଧ ଘୋଷଣା ହେଇନଥିଲେ, ବି କାଲି ସୁଦ୍ଧା ଏନେଇ ସ୍ପଷ୍ଟ ସୂଚନା ମିଳିଯିବ ବୋଲି କୁହାଯାଇଛି ।

ଆସନ୍ତା ଅକ୍ଟୋବର ୫ ତାରିଖରୁ ଭାରତରେ କ୍ରିକେଟ୍ ବିଶ୍ୱକପ୍ ଆୟୋଜନ ହେବାର ଅଛି । ଯେଉଁଥିରେ କି ଅକ୍ଟୋବର ୮ ତାରିଖରୁ ଭାରତ ନିଜର ଅଭିଯାନ ଆରମ୍ଭ କରିବ । ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳି ଭାରତ ନିଜର ଅଭିଯାନ ଆରମ୍ଭ କରିବ । ଏହାପରେ ଭାରତ ବିଶ୍ୱକପରେ ନିଜର ଚିର ପ୍ରତିଦ୍ୱନ୍ଦୀ ଭାରତକୁ ଭେଟିବ । ଆସନ୍ତା ଅକ୍ଟୋବର ୧୫ ତାରିଖରେ ଏହି ମ୍ୟାଚ୍ ହେବାକୁ ଥିବାବେଳେ, ଏହାକୁ ବଦଳେଇ ଅକ୍ଟୋବର ୧୪ ତାରିଖ କରାଯାଇଛି ।

ତେବେ ଏହା ସହିତ ପାକିସ୍ତାନର ଆଉ ଦୁଇଟି ମ୍ୟାଚର ମଧ୍ୟ ତାରିଖ ବଦଳିବ । ଅକ୍ଟୋବର ୧୨ ତାରିଖରେ ହେବାକୁ ଥିବା ପାକିସ୍ତାନ-ଶ୍ରୀଲଙ୍କା ମ୍ୟାଚ୍ ୧୨ ତାରିଖ ବଦଳରେ ୧୦ ତାରିଖରେ ଖେଳାଯିବ । ସେହିପରି ଅକ୍ଟୋବର ୯ ତାରିଖରେ ହେବାକୁ ଥିବା ନ୍ୟୁଜିଲାଣ୍ଡ-ନେଦରଲ୍ୟାଣ୍ଡ ମୁକାବିଲା ଅକ୍ଟୋବର ୧୨ ତାରିଖରେ ଖେଳାଯିବ ବୋଲି ସୂଚନା ମିଳିଛି ।

ସେପଟେ ଇଂଲଣ୍ଡ-ଆଫଗାନିସ୍ତାନ ମ୍ୟାଚ୍ ଅକ୍ଟୋବର ୧୪ ତାରିଖରେ ଖେଳାଯିବ । ଏବଂ ସେହିଦିନ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ-ବାଂଲାଦେଶ ମ୍ୟାଚ୍ ୧୫ ତାରିଖରେ ଖେଳାଯିବ । ଏହାବାଦ୍ ଅକ୍ଟୋବର ୯ ତାରିଖରେ ମଧ୍ୟ ଗୋଟିଏ ମ୍ୟାଚ୍ ରଖିବାକୁ ଆଇସିସି ଯୋଜନା କରୁଛି ବୋଲି ଜଣାପଡିଛି । ତେବେ ଭାରତ-ପାକିସ୍ତାନ ସମେତ ୬ଟି ମ୍ୟାଚର ନୂଆ ଖେଳସୂଚୀ ଅକ୍ଟୋବର ୨ ତାରିଖରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ ।