ଶତକ ହାସଲ କଲେ ବିରାଟ: ୩୭୩ ରନ କଲା ଭାରତ, ଶ୍ରୀଲଙ୍କା ଆଗରେ ୩୭୪ ରନ ଟାର୍ଗେଟ

161

କନକ ବ୍ୟୁରୋ: ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ ଅନୁଷ୍ଠିତ ହୋଇଛି । ଏହି ମ୍ୟାଚରେ ବିରାଟ କୋହଲି ଦମଦାର ଶତକ ହାସଲ କରିଛନ୍ତି । ସେ ତାଙ୍କ କ୍ୟାରିୟରର ୪୫ତମ ଦିନିକିଆ ଶତକ ହାସଲ କରିଛନ୍ତି । ଫଳରେ ଭାରତ ଏହି ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ୩୭୩ ରନର ବିଶାଳ ସ୍କୋର କରିବାରେ ସଫଳ ହୋଇଛି । ଶ୍ରୀଲଙ୍କା ଆଗରେ ଏବେ ୩୭୪ ଟାର୍ଗେଟ ରହିଛି ।

ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ପାଇଁ ଆସିଥିଲା ଭାରତ । ଭାରତ ଆରମ୍ଭରୁ ଚମତ୍କାର ପ୍ରଦର୍ଶନ କରିଥିଲା । ଦୁଇ ଓପନର ୧୪୩ ରନର ପାର୍ଟନରସିପ କରିଥିଲେ । ଏହି ମ୍ୟାଚରେ ଭାରତ ପକ୍ଷରୁ ବିରାଟ କୋହଲି ୧୧୩, ରୋହିତ ଶର୍ମା ୮୩, ଶୁଭମନ ଗିଲ ୭୦ ଓ କେଏଲ ରାହୁଲ ୩୯ ରନ କରିଥିଲେ । ଫଳରେ ଦଳ ୫୦ ଓଭରରେ ୭ ୱିକେଟ ହରାଅ ୩୭୩ ରନ କରିବାରେ ସଫଳ ହୋଇଥିଲା ।