ଦେଶରେ ପୁଣି ୩ହଜାର ଅତିକ୍ରମ କଲା କରୋନା : ୨୪ ଘଣ୍ଟାରେ ୩ହଜାର ୩୦୩ ନୂଆ ପଜିଟିଭ୍ ଚିହ୍ନଟ

130

କନକ ବ୍ୟୁରୋ : ଦେଶରେ ପୁଣି ତିନି ହଜାର ପାର କଲା କରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ୩ ହଜାର ୩୦୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ଗତକାଲି ତୁଳନାରେ ୧୨ ଦଶମିକ ୮ ପ୍ରତିଶତ ଅଧିକ । ଲଗାତର ସପ୍ତାହେ ଧରି ୭ ଦିନ ଧରି ଦୈନିକ ସଂକ୍ରମଣ ୨ ହଜାର ଉପରେ ରହିବା ପରେ ଆଜି ୩ ହଜାର ପାର କରିଛି ।

ଦେଶରେ ଦୈନିକ ସଂକ୍ରମଣ ହାର ଶୂନ ଦଶମିକ ୬୬ ପ୍ରତିଶତ ହୋଇଛି । ସେହିପରି ସପ୍ତାହିକ ସଂକ୍ରମଣ ହାର ଶୂନ ଦଶମିକ ୬୧ରେ ପହଚିଛି । ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୩୯ ଜଣଙ୍କ ଜୀବନ ନେଇଛି କରୋନା । ଦେଶରେ ଏବେ ଆରୋଗ୍ୟ ହାର ୯୮ ଦଶମିକ ୭୪ ପ୍ରତିଶତ ହୋଇଛି । ଗତ ୨୪ ଘଂଟାରେ ମୋଟ୍ ୨ ହଜାର ୫୬୩ ଜଣ କରୋନାରୁ ଅରୋଗ୍ୟ ହୋଇଛନ୍ତି ।