ଟ୍ୱିଟର କିଣିବା ପରେ ଏଲନ୍ ମସ୍କଙ୍କ ନୂଆ ଟ୍ୱିଟ୍ ।ଏବେ କୋକାକୋଲା ପାଳି

536

କନକ ବ୍ୟୁରୋ: ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ପରେ ଏବେ ଟେସ୍ଲା ସିଇଓ ଏଲନ୍ ମସ୍କ କୋକାକୋଲା କମ୍ପାନୀ କିଣିବା କଥା କହିଛନ୍ତି । କଥା ହେଉଛି ଟ୍ୱିଟରକୁ କିଣିବା ପରେ ଏଲନ୍ ମସ୍କ ମିଡିଆରେ ବେଶ୍ ସିକ୍ରିୟ ନଜର ହୋଇଯାଇଛନ୍ତି । ସେ ଏବେ ଗୋଟେ ପରେ ଗୋଟେ ଟ୍ୱିଟ କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ଏଲନ୍ ଆଗକୁ କୋକା କୋଲା କିଣିବା କଥା କହିଛନ୍ତି ।
ଗୁରୁବାର ଟ୍ୱିଟ କରି ଏକଥା ଜଣାଇଛନ୍ତି ଏଲନ୍ ମସ୍କ ।

ନିକଟରେ ସେ ଟ୍ୱିଟରକୁ ୪୪ ବିଲିଅନ୍ ଡଲାରରେ କିଣିଛନ୍ତି । ଏହାପରେ ସେ ଟ୍ୱିଟରରେ ବାକ୍ ସ୍ୱାଧୀନତା ଉପରେ ଗୁରୁତ୍ୱ ଦେଇ ଆଲୋଚନା ପରିସରକୁ ଆସିଛନ୍ତି । ଯେକୌଣସି ଗଣତାନ୍ତ୍ରୀକ ରାଷ୍ଟ୍ରରେ ବାକ୍ ସ୍ୱାଧୀନତା ନିତାନ୍ତ ଜରୁରୀ । ଏହାସହ ମାନବିକତାର ଭବିଷ୍ୟତ ଉପରେ ଚର୍ଚ୍ଚା କରିବାକୁ ଟ୍ୱିଟର ଏକ ଡିଜିଟାଲ ସ୍କୋୟାର ବୋଲି ସେ କହିଛନ୍ତି ।

କହିରଖୁ ଁ , ୧୮୮୬ ମସିହାରେ ପ୍ରଥମ ଥର ପାଇଁ ଜର୍ଜିଆରେ କୋକାକୋଲାର ପ୍ରତିଷ୍ଠା ହୋଇଥିଲା । ଜନ୍ ପେମ୍ବରଟନ୍ ଏହାର ପ୍ରତିଷ୍ଠାତା । ଏବେ ପାଖାପାଖି ୨୦୦ଟି ଦେଶରେ ଏହାର ଶାଖା କାର୍ଯ୍ୟ କରୁଛି । ଏହି କ୍ମପାନୀରେ ପାଖାପାଖି ୭ ଲକ୍ଷ ଲୋକ କାମ କରୁଛନ୍ତି । ଏବେ ଏହାର ନେଟ୍ ଓର୍ଥ ପାଖାପାଖି ୧୯.୮୦ ଲକ୍ଷ କୋଟିରୁ ଅଧିକ ହେବ ।