ଭାରତ ସହ ଦୃଢ ସଂପର୍କକୁ ନେଇ ଏଭଳି ପଦକ୍ଷେପ ନେଇଥିଲେ ସିଞ୍ଜୋ ଆବେ, ମୃତ୍ୟୁ ପରେ ମନେ ପକାଉଛି ଭାରତ

199

କନକ ବ୍ୟୁରୋ : ଏସିଆ ମହାଦେଶରେ ଭାରତକୁ ଗୁରୁତ୍ୱ. ‘ଚୀନ’କୁ ବିପଦ କହିଥିଲେ ସିଞ୍ଜୋ ଆବେ । ଭାରତ-ଚୀନ ବିବାଦ ମଧ୍ୟରେ ପଛରେ ପଡିଯାଉଥିବା ଭାରତକୁ ସହଯୋଗର ହାତ ବଢାଇଥିବା ଜାପାନ । ଏସିଆ ମହାଦେଶରେ ଭାରତର ଗୁରୁ୍ତ୍ୱକୁ ବୁଝିପାରିଥିଲେ ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ । ତାଙ୍କର ଦୁଇ ପାଳିର ପ୍ରଧାନମନ୍ତ୍ରୀ ସମୟରେ ନୂଆଦିଲ୍ଲୀ ଏବଂ ଟୋକିଓ ମଧ୍ୟରେ ସମ୍ପର୍କ ଦୃତ ଗତିରେ ବୃଦ୍ଧି ପାଇଥିଲା । ସିଞ୍ଜୋ ଆବେ ପ୍ରଥମ ଦେଶ ଭାବେ ଚୀନକୁ ବିପଦ ବୋଲି କହିଥିଲେ । ଆଉ ଯେଉଁଥି ପାଇଁ ତାଙ୍କର ମୃତ୍ୟୁ ପରେ ଚୀନ ଉତ୍ସବ ପାଳନ କରୁଛି । ସେ ହେଉଛନ୍ତି ଜାପାନର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ଭାରତର ସାଧାରଣତନ୍ତ୍ର ଦିବସ ପରେଡ୍ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିସହ ସିଞ୍ଜୋ ଆବେ ପ୍ରଧାନମନ୍ତ୍ରୀଙ୍କ ସହ ମିଶି ତାଳି ଧରି ଗଙ୍ଗା ଆଳତୀ କରିଥିଲେ ଯାହା ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କର ଦୃଢତା ବୁଝାଇଥିଲା । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ପ୍ରଥମ ବୈଦେଶିକ ନେତା ଯିଏ ସିଞ୍ଜୋ ଆବେଙ୍କ ନିଜ ବାସଭବନକୁ ଯାଇôଥଲେ ।

-୨୦୦୬ରେ କ୍ୟାବିନେଟ ସେକ୍ରେଟେରୀ ଥିବା ସମୟରେ ସିଞ୍ଜୋ ଆବେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଥିଲେ
– ୨୦୦୭ରେ ସିଞ୍ଜୋ ଆବେ ଜାପାନର ପ୍ରଧାନମନ୍ତ୍ରୀ ହେବା ପରେ ପୁଣି ଥରେ ଭାରତ ଗସ୍ତରେ ଆସିଥିଲେ
-୨୦୧୪ରେ ସେ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଭାରତର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ
-୨୦୧୫ରେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ ସିଞ୍ଜୋ ଆବେ
-ଏବଂ ସେପ୍ଟେମ୍ବର ୨୦୧୭ରେ ସିଞ୍ଜୋ ଆବେ ଭାରତ ଗସ୍ତରେ ଆସି ଗୁଜରାଟରେ ହୋଇଥିବା ଜାପାନ-ଇଣ୍ଡିଆ ବୈଠକରେ ଯୋଗଦେଇଥିଲେ

 

୨୦୧୪ ରେ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଭାରତର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ସିଞ୍ଜୋ ଆବେ । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଶ୍ୱସ୍ତରରେ ଦୁଇ ଦେଶର ସହଭାଗିତାରେ କିପରି ଅଧିକ ବାଣିଜ୍ୟ ହୋଇପାରିବ ସେନେଇ ଯୋଜନା ପ୍ରସ୍ତୁତ କରିଥିଲେ । ଭାରତରେ ବୁଲେଟ ଟ୍ରେନ ଚଳାଚଳ ପାଇଁ ଆବଶ୍ୟକୀୟ ଭତିଭୂମି ଯୋଗାଇଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ସିନ୍ଦେ । ଏଥିସହ ଚୀନ ସହ ମୁକାବିଲା କରିବାରେ ଭାରତକୁ ପୁରା ସହଯୋଗ କରିବା ନେଇ ଦୁଇ ନେତାଙ୍କ ମଧ୍ୟରେ କଥାବାର୍ତା ହୋଇଥିଲା । ତାଙ୍କର କାର୍ଯ୍ୟକାଳ ସମୟରେ ଭାରତ-ଜାପାନ ମଧ୍ୟରେ ସମ୍ପର୍କ ସବୁଠୁ ଅଧିକ ସୁଦୃଢ ହୋଇଥିବା କୁହାଯାଉଛି ।