ଉତରାଖଣ୍ଡରେ ବଡ ଦୁର୍ଘଟଣା । ପ୍ରଖର ସ୍ରୋତରେ ଭାସିଗଲା କାର, ୯ଜଣଙ୍କ ମୃତ୍ୟୁ ୭ ନିଖୋଜ

102

କନକ ବ୍ୟୁରୋ : ଦେଶରେ ଚାଲିଛି ମୌସୁମୀ ବର୍ଷା । ଏହି ବର୍ଷା କେଉର୍ ରାଜ୍ୟ ପାଇଁ ଆର୍ଶୀବାଦ ପାଲଟିଛି ତ ଆଉ କେଉଁଠି ଅଭିଶା ସାଜିଛି । ବିଭିନ୍ନ ରାଜ୍ୟରେ ହେଉଥିବା ଲଗାଣବର୍ଷା ଯୋଗୁଁ ସ୍ଥିତି ଅସମ୍ଭାଳନ ହେବାରେ ଲାଗିଛି । ଉତର ଓ ପୂର୍ବୋତର ରାଜ୍ୟରେ ଲଗାଣବର୍ଷା ଏବେ କାଳ ପାଲଟିଛି । ବିଶେଷ କରି ପାହାଡିଆ ରାଜ୍ୟ ହିମାଚଳ ଓ ଉତରାଖଣ୍ଡ ସହ ଆସାମ, ତେଲେଙ୍ଗାନ ସହ ବିଭିନ୍ନ ରାଜ୍ୟରେ ଜଳପ୍ରଳୟ ଜାରି ରହିଛି । ଅନ୍ୟପଟେ ଉତରାଖଣ୍ଡରେ ଶୁକ୍ରବାର ପ୍ରଖର ଜଳ ସ୍ରୋତରେ ଭାସି ୯ଜଣଙ୍କ ମୃତ୍ୟୁ ଘଟିଛି ।

 

ଶୁକ୍ରବାର ଉତରାଖଣ୍ଡ ରାମନଗରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ବନ୍ୟା ପାଣିର ପ୍ରଖର ସ୍ରୋତରେ ଯାତ୍ରୀବାହୀ କାର ଭାସିବା ଯୋଗୁଁ ୯ଜଣଙ୍କ ମୃତ୍ୟୁ ଓ ୭ଜଣ ନିଖୋଜ ଅଛନ୍ତି । ପଂଜବାରୁ ଉତରାଖଣ୍ଡ ବୁଲିବା ପାଇଁ ଆସିଥିବା ପର୍ଯଟକଙ୍କୁ ନେଇ କାର ଯାଉଥିବା ସମୟରେ ବନ୍ୟା ଜଳରେ ଭାସିଯାଇଥିବା ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି । ଗୁରୁବାର ବିଳମ୍ବିତ ରାତି ସମୟରେ ଢିଲ ନଦୀ ଦେଇ କାର ଉତରାଖଣ୍ଡର ରାମନଗର ସ୍ଥିତ ରିର୍ସୋଟକୁ ଫେରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ।

 

ସେପଟେ ଆସାମରେ ଦେଖିବାକୁ ମିଳିଛି ବନ୍ୟାର କରାଳ ରୂପ । ୩୦ଦିନ ଧରି ରାଜ୍ୟରେ ଲଗାଣବର୍ଷା, ଭୁସ୍ଖଳନ ଓ ବନ୍ୟା ଜାରି ରହିବା ଯୋଗୁଁ ଧନଜୀବନ ବଡ କ୍ଷତି ସହୁୁଛି । ମ।ସକ ମଧ୍ୟରେ ୧୫ଜିଲ୍ଲାର ୯୬ଲକ୍ଷ ଲୋକ ପ୍ରଭାବିତ ହେବା ସହ ପାଖାପାଖି ୨ଶହ ଲୋକଙ୍କ ଜୀବନ ଗଲାଣି ।ଆସାମର ଦୁଖକୁ ଦ୍ୱିଗୁଣିତ କରିଛି ବନ୍ୟା ସହ ଭୁସ୍ଖଳନ ।ବନ୍ୟା ବିପନ୍ନଙ୍କୁ ସ୍ଥାନୀୟ ପ୍ରଶାସନ ଯଥା ସମ୍ଭବ ସାହାଯ୍ୟ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

 

ଶୁକ୍ରବାର ତେଲେଙ୍ଗାନା ମେହେବୁବ ନଗରରେ ଭାଗ୍ୟବଶତ ବଂଚି ଯାଇଛି ୨୦ଜଶ ସ୍କୁଲ ପିଲାଙ୍କ ଜୀବନ । ପିଲାଙ୍କୁ ନେଇ ସ୍କୁଲ ବସ ଯାଉଥିବା ସମୟରେ ହଟାତ ଓଭରବ୍ରିଜ ତଳେ ଭର୍ତି ହୋଇଥିବା ବର୍ଷା ପାଣିରେ ଫଶି ଯାଇଥିଲା । ତେବେ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଁଚି ପିଲାଙ୍କୁ ଉଦ୍ଧାର କରିଛି ।

 

ଆସାମ,ମେଘାଳୟ, ଅରୁଣାଚଳପ୍ରଦେଶ ପରି ପୂର୍ବୋତର ରାଜ୍ୟ ସହ ପାହାଡିଆ ରାଜ୍ୟ ହିମାଚଳ ଓ ଉତରାଖଣ୍ଡ ଉପରେ କେବଳ ଦାଉ ସାଧୁନି ପ୍ରକୃତି । ଦିଲ୍ଲୀ,ମୁମ୍ବାଇ, ହାଇଦ୍ରବାଦ ପରି ମେଟ୍ରୋ ସିଟିର ସ୍ଥିତିକୁ ମଧ୍ୟ ସଂଗୀନ କରୁଛି ବର୍ଷା ।