ପରଲୋକରେ ଜାପାନର ପୂର୍ବ ପ୍ରଧାନମନ୍ତ୍ରୀ । ୬ ଘଣ୍ଟା ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶେଷରେ ଆଖି ବୁଝିଲେ ସିଞ୍ଜୋ ଆବେ

216

କନକ ବ୍ୟୁରୋ : ପରଲୋକରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ । ୬ଘଂଟା ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶେଷରେ ଆଖି ବୁଝିଛନ୍ତି ସିଂଜୋ । ଶୁକ୍ରବାର ସକାଳ ପ୍ରାୟ ୧୧ଟା ୩୦ ମିନିଟରେ ଆତାତାୟୀଙ୍କ ଗୁଳିମାଡର ସେ ଶିକାର ହୋଇଥିଲେ । ନାରା ସହରର ରାସ୍ତା ଉପରେ ନିର୍ବାଚନୀ ଭାଷଣ ଦେଉଥିବା ସମୟରେ ଆତତାୟୀ ସିଂଜୋ ଆବେଙ୍କ ଉପରକୁ ପଛପଟୁ ଅତି ନିକଟରୁ ଗୁଳିମାଡ କରିଥିଲା ।ଘଟଣାସ୍ଥଳରେ କୋକୁଆ ଭୟ ସୃଷ୍ଟି ହେବା ସହ ସିଂଜୋଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା । ଚିକିତ୍ସା ସମୟରେ ଡକ୍ତର ତାଙ୍କ ମୃତ ଘୋଷଣା କରିଛନ୍ତି । ଶାନ୍ତି ପ୍ରିୟ ରାଷ୍ଟ୍ର ଜାପାନରେ ଏଭଳି ଘଟଣା ଓ ସିଂଜୋ ଆବେଙ୍କ ମୃତ୍ୟୁକୁ ନେଇ ପୂରା ବିଶ୍ୱର ସ୍ତବ୍ଧ ହୋଇଛି । ସିଂଜୋ ଆବେଙ୍କ ହତ୍ୟାକୁ ନେଇ ବିଭିନ୍ନ ରାଷ୍ଟ୍ର ନିନ୍ଦା କରିଛନ୍ତି । ଟୁଇଟ କରି ଆମେରିକାଠୁ ନେଇ ରୁଷ ଓ ବିଭିନ୍ନ ରାଷ୍ଟ୍ର ଶୋକ ପ୍ରକାଶ କରିଛନ୍ତି । ସେପଟେ ନିଜ ମିତ୍ର ରାଷ୍ଟ୍ରର ପୂର୍ବ ପ୍ରଧାନମନ୍ତ୍ରୀଙ୍କ ବିୟୋଗରେ ଭାରତ ସରକାର ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ।

• ସିଞ୍ଜୋ ଆବେ ଜାପାନ ନାରା ସହରର ରାସ୍ତାରେ ଶୁକ୍ରବାର ନିର୍ବାଚନୀ ଭାଷଣ ଦେଉଥିଲେ ।
• ସକାଳ ୧୧.୩୦ଟା ସମୟରେ ତାଙ୍କ ଉପରକୁ ଆତତାୟୀ ଗୁଳିମାଡ଼ କରିଥିଲେ ।
• ଗୁଳିମାଡ଼ ପାଇଁ ସିଂଜୋଙ୍କ ଶରୀରରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା ।
• ଗୁଳିମାଡ଼ ପରେ ସିଞ୍ଜୋ ଆବେଙ୍କର ହୃଦଘାତ ହୋଇଥିଲା ।
• ହୃଦଘାତ ପରେ ତାଙ୍କ ଅବସ୍ଥା ଆହୁରି ଗୁରୁତ୍ୱର ହୋଇପଡିଥିଲା ।
• ଗୁରୁତର ଅବସ୍ଥାରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରିଥିଲେ ।
• ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।
• ଆକ୍ରମଣର ୬ ଘଂଟା ପରେ ସିଞ୍ଜୋ ଆବେଙ୍କ ମୃତ୍ୟୁ ହୋଇଛି ।

ରବିବାର ହେବାକୁ ଥିବା ଜାପାନର ଉଚ୍ଚ ସଦନ ନିର୍ବାଚନ ପୂର୍ବରୁ ନାରା ସହରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସିଞ୍ଜୋ । ସେ ଭାଷଣ ଦେଉଥିବା ବେଳେ ବହୁ ସଂଖ୍ୟାରେ ଲୋକ ରୁଣ୍ଡ ହୋଇଥିଲେ । ଏହି ସମୟରେ ହଠାତ କିଛି ଶବ୍ଦ ହେବା ସହ ସିଞ୍ଜୋ ଆବେ ତଳେ ପଡ଼ିଯାଇଥିଲେ । ଜଣେ ଆତତାୟୀ

୬୭ ବର୍ଷିୟ ସିଞ୍ଜୋ ଆବେ ଜାପାନାର ଏକମାତ୍ର ପ୍ରଧାନମନ୍ତ୍ରୀ ଥିଲେ ଯିଏକି ଦୀର୍ଘ ସମୟ ଧରି ପ୍ରଧାନମନ୍ତ୍ରୀ ଦାୟିତ୍ୱ ଭାର ନେଇଥିଲେ । ୨୦୦୬ ରୁ ୨୦୦୭ ପର୍ଯ୍ୟନ୍ତ ଓ ୨୦୧୨ରୁ ୨୦୨୦ ପର୍ଯ୍ୟନ୍ତ ଜାପାନର ପ୍ରଧାନମନ୍ତ୍ରୀ ଥିଲେ । ଅସୁସ୍ଥତା କାରଣରୁ ୨୦୨୦ରେ ପଦ ଛାଡିଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଜାପାନା ପରି ଶାନ୍ତି ପ୍ରିୟ ତଥା ଜିରୋ ଗନ କଲଚର ରାଷ୍ଟ୍ରରେ ଏଭଳି ଘଟଣା ଘଟିବା ପଛରେ ପ୍ରକୃତର କାରଣ କଣ ହୋଇପାରେ ?