ସ୍ୱାଧୀନତା ଦିବସ ଅବସରରେ ମୋଦୀଙ୍କ ମନ୍ତ୍ର : ‘ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ’

117

କନକ ବ୍ୟୁରୋ : ଆଜି ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ସମାଧାନ କରିପାରିବ ଭାରତ । ଆମେ ପ୍ରକୃତି ସହ ଯୋଡି ହୋଇ ରହିଛୁ । ଆମେ ନରଙ୍କ ଭିତରେ ନାରାୟଣଙ୍କୁ ଦେଖୁ । ଆମେ ବସୁଧେବକୁଟୁମ୍ବକମରେ ବିଶ୍ୱାସ କରୁ । ଆମ ପରାକାଷ୍ଠାକୁ ସାରା ବିଶ୍ୱ ପ୍ରଶଂସା କରିଛି । ଆତ୍ମନିର୍ଭର ଭାରତର ମୂଳଭିତ୍ତି ଦୃଢ ହେଉଛି ।

ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ । ଦେଶରେ ୫-ଜି ପାଇଁ ଆଗକୁ ବଢିସାରିଛି । ଡିଜିଟାଲ କ୍ରାନ୍ତିକୁ ନେଇ ବିଶ୍ୱ ଅଗ୍ରସର ହେଉଛି । ପ୍ରତ୍ୟେକ ଛୋଟ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ । ନୂଆ ପିଢି ପାଇଁ ଅନେକ ପ୍ରକାର ଅବସର ରହିଛି । ୭୫ ବର୍ଷରେ ଅନେକ ଉପଲବ୍ଧି ହାସଲ କରିଛି ଦେଶ । ଅଧିକ ଉତ୍ପାଦନ ଲକ୍ଷ୍ୟ ନେଇ ଆଗକୁ ବଢିବା ଜରୁରୀ । ଟେକ୍ନୋଲୋଜିରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆସିବ ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଦେଶରେ ନାରୀ ଶକ୍ତିକୁ ସମ୍ମାନ ଦେବା ଜରୁରୀ । ନାରୀଙ୍କ ପ୍ରତି ଅପମାନ ପ୍ରଦର୍ଶନ କଦାପି ଠିକ୍ ନୁହେଁ । ଦେଶରେ ନାରୀଙ୍କୁ ସମ୍ମାନ ଦେବା ପ୍ରାଥମିକତା । ନାରୀଙ୍କୁ ସମ୍ମାନ ଦେବା ରାଷ୍ଟ୍ର ପାଇଁ ଗୌରବର ବିଷୟ । କର୍ତ୍ତବ୍ୟ ପ୍ରତି ସମର୍ପଣ ଭାବ ବିକାଶ ପାଇଁ ଆବଶ୍ୟକ । ଆଗାମୀ ୨୫ବର୍ଷ ନାରୀ ଶକ୍ତି ପାଇଁ ସ୍ୱର୍ଣ୍ଣକାଳ । ନାରୀଙ୍କୁ ସୁଯୋଗ ଦେଲେ ଶୀଘ୍ର ସ୍ୱପ୍ନ ପୂରଣ ହେବ । କର୍ତ୍ତବ୍ୟ ପାଇଁ ସମର୍ପଣ ଭାବ ବିକାଶ ପାଇଁ ଆବଶ୍ୟକ ।

ସେହିପରି ୭୫ବର୍ଷ ପରେ ମେଡ୍ ଇନ୍ ଇଣ୍ଡିଆ ତୋପରେ ସଲାମୀ । ଲାଲକିଲ୍ଲାରେ ସ୍ୱଦେଶ ତୋପର ସଲାମୀ ବଡକଥା । ମୃତ୍ୟୁକୁ ହାତମୁଠାରେ ନେଇ ଚାଲୁଛନ୍ତି ସେନା ଯବାନ । ସେନାର ବୀର ଯବାନଙ୍କୁ କୋଟି କୋଟି ପ୍ରଣାମ । ଦୁର୍ନୀତି ବିରୋଧରେ ଲଢେଇ କରିବା ଆମ ପାଇଁ ଜରୁରୀ । ପରିବାରବାଦକୁ ଦୂର କରିବା ଆବଶ୍ୟକ । ଯିଏ ଲୁଟିଛି ସେମାନଙ୍କୁ ସମ୍ପତ୍ତି ଫେରାଇବାକୁ ପଡିବ । ବ୍ୟାଙ୍କ ଲୁଟିଥିବା ବ୍ୟକ୍ତିଙ୍କ ସମ୍ପତ୍ତି ଜବତ ହେଉଛି । କିଛି ଲୋକଙ୍କ ପାଖରେ ଟଙ୍କା ରଖିବାକୁ ଜାଗା ନାହିଁ । ଦୁର୍ନୀତିଗ୍ରସ୍ତଙ୍କ ପ୍ରତି ଉଦାର ମନୋଭାବ ଦେଖାଯିବନି । ଦୁର୍ନୀତି ଏକ ଆବର୍ଜନା, ହଟାଇବା ଜରୁରୀ ।