ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ : କହିଲେ, ଦୁର୍ନୀତି ଏକ ଆବର୍ଜନା, ହଟିବା ଜରୁରୀ

148

କନକ ବ୍ୟୁରୋ : ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ଆଜାଦି କା ଅମୃତ ମହୋତ୍ସବ ପାଇଁ ଶୁଭେଚ୍ଛା । ସହିଦଙ୍କ ବଳିଦାନକୁ ପ୍ରଧାନମନ୍ତ୍ରୀ ମନେ ପକାଇଛନ୍ତି । ଦେଶ ସହିଦଙ୍କ ପ୍ରତି କୃତଜ୍ଞ । ନୂଆ ସଙ୍କଳ୍ପ ଓ ସାମର୍ଥ୍ୟ ସହ ଆଗକୁ ବଢିବାର ସମୟ । ସେହିପରି ଦେଶର ମହାପୁରୁଷଙ୍କ ଅବଦାନକୁ ସ୍ମରଣ କରିଛନ୍ତି ପ୍ରଧାନମନ୍ତ୍ରୀ । ସାବରକର, ନେତାଜୀ, ଗାନ୍ଧୀଙ୍କ ଠାରେ କୃତଜ୍ଞ । ଜବାହାରଲାଲ୍ ନେହେରୁ, ପଟେଲଙ୍କୁ ମନେ ପକାଉଛି ଦେଶ । ଗାନ୍ଧୀଙ୍କ ସ୍ୱପ୍ନ ପୂରଣ ପାଇଁ ଆମେ ସଂକଳ୍ପବଦ୍ଧ । ଦେଶବାସୀ ନିଜ ସାମ୍ନାରେ ପରିବର୍ତ୍ତନ ଦେଖିବାକୁ ଚାହୁଁଛନ୍ତି ।

ବିବିଧତା ଦେଶର ବଡଶକ୍ତି । ପୁନଃଜାଗରଣ ଦେଶବାସୀଙ୍କ ବଡ ସାମର୍ଥ୍ୟ । ସାମର୍ଥ୍ୟ ଦେଶକୁ ଦେଇଛି ନୂଆ ପରିଚୟ । ଭାରତରେ ସାମୁହିକ ଚେତନାର ପୁନଃଜାଗରଣ ଦେଖୁଛି । ଚେତନାର ପୁନଃଜାଗରଣ ଦେଇଛି ଅପାର ଶକ୍ତି । ଲୋକଙ୍କ ଆକାଂକ୍ଷା ପୂରଣ କରିବାକୁ ପ୍ରୟାସ । ବିକଶିତ ଭାରତର ସଂକଳ୍ପ ପୂରଣ କରିବାକୁ ପଡିବ । ସଂକଳ୍ପ ଓ ସାମର୍ଥ୍ୟ କେନ୍ଦ୍ରୀଭୂତ କରିବାର ସମୟ ଆସିଛି । ଆଗାମୀ ୨୫ବର୍ଷ ଦେଶ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଗରିବଙ୍କ କଲ୍ୟାଣ ପାଇଁ ସମସ୍ତ ପ୍ରୟାସ ଚାଲିଛି । ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ।

ସବୁଠୁ ବଡ ସଂକଳ୍ପ – ‘ବିକଶିତ ଭାରତ ହେବା ଜରୁରୀ’ । ଏକତା ଆମ ସମସ୍ତଙ୍କ ପାଇଁ ଆବଶ୍ୟକ । ନାଗରିକଙ୍କ କର୍ତ୍ତବ୍ୟ ଦେଶ ପାଇଁ ମହତ୍ୱପୂର୍ଣ୍ଣ । ସବୁ କ୍ଷେତ୍ରରେ ବିକାଶ ଦେଖିବାକୁ ମିଳୁଛି ଦେଶରେ ଥିବା ସମସ୍ତ ଭାଷାକୁ ନେଇ ଗର୍ବ କରିବା ଜରୁରୀ । ଯୁବଗୋଷ୍ଠୀ ନିଜର ପରାକାଷ୍ଠା ପ୍ରମାଣିତ କରିବା ଜରୁରୀ ।ଦୁର୍ନୀତି ବିରୋଧରେ ଲଢେଇ କରିବା ଆମ ପାଇଁ ଜରୁରୀ । ପରିବାରବାଦକୁ ଦୂର କରିବା ଆବଶ୍ୟକ । ଯିଏ ଲୁଟିଛି ସେମାନଙ୍କୁ ସମ୍ପତ୍ତି ଫେରାଇବାକୁ ପଡିବ । ବ୍ୟାଙ୍କ ଲୁଟିଥିବା ବ୍ୟକ୍ତିଙ୍କ ସମ୍ପତ୍ତି ଜବତ ହେଉଛି । କିଛି ଲୋକଙ୍କ ପାଖରେ ଟଙ୍କା ରଖିବାକୁ ଜାଗା ନାହିଁ । ଦୁର୍ନୀତିଗ୍ରସ୍ତଙ୍କ ପ୍ରତି ଉଦାର ମନୋଭାବ ଦେଖାଯିବନି । ଦୁର୍ନୀତି ଏକ ଆବର୍ଜନା, ହଟାଇବା ଜରୁରୀ ।