ଲୋକସଭା ନିର୍ବାଚନ ପାଇଁ ମୋଦୀଙ୍କୁ ପୁଟିନଙ୍କ ଆଗୁଆ ଶୁଭେଚ୍ଛା । ମସ୍କୋ ମିଟିଂରେ ମୋଦୀଙ୍କ ସଫଳ ରାଜନୈତିକ ଜୀବନ କାମନା କଲେ ରୁଷ ରାଷ୍ଟ୍ରପତି

89

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରୁଷ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା । ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୋଦୀଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ଭ୍ଲାଦିମୀର ପୁଟିନ । ରୁଷ ରାଷ୍ଟ୍ରପତି କହିଛନ୍ତି ମୋଦୀଙ୍କ ସଫଳତା କାମନା କରୁଛି । ରାଜନୈତିକ ସମନ୍ୱୟ ଯାହାବି ହେଉନା କାହିଁକି ନୂଆଦିଲ୍ଲୀ ଓ ମସ୍କୋ ମଧ୍ୟରେ ପାରମ୍ପାରିକ ତଥା ବନ୍ଧୁତାପୂର୍ଣ୍ଣ ସର୍ମ୍ପକ ଉତମ ରହିଛି ଓ ରହିବ । ଏଥିସହ ମୋଦୀଙ୍କୁ ରୁଷିଆ ଆସିବା ପାଇଁ ନିମନ୍ତ୍ରଣ ମଧ୍ୟ ଦେଇଛନ୍ତି ପୁଟିନ । ସେ କହିଛନ୍ତି ବନ୍ଧୁ ମୋଦି ଆସିଲେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାର ଅଛି । ପୁଟିନ୍ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ବେଶ୍ ମଜବୁତ ରହିଛି । ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶର ସମ୍ପର୍କ ବଢ଼ିଚାଲିଛି । ବିଶେଷକରି ବାଣିଜ୍ୟ କ୍ଷେତ୍ରରେ ବଢ଼ିଚାଲିଛି । ବୈଦଶିକ ମନ୍ତ୍ରୀ ଜୟଶଙ୍କରଙ୍କ ମସ୍କୋ ଗସ୍ତ ବେଳେ ଏହି ଆମନ୍ତ୍ରଣ ମିଳିଛି ।