ମଥୁରା, ବୃନ୍ଦାବନରେ ରଙ୍ଗର ପର୍ବ ହୋଲିର ଧୁମ: ମଥୁରା ବାଙ୍କେବିହାରୀ ମନ୍ଦିରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

185

କନକ ବ୍ୟୁରୋ: ରଙ୍ଗର ଉତ୍ସବ ହୋଲି ଭାରତର କୋଣ ଅନୁକୋଣରେ ଧୁମ ଧାମରେ ପାଳନ ହୋଇଥାଏ । କିନ୍ତୁ ଆମେ ଯେତେବେଳେ ଉତରପ୍ରଦେଶରେ କଥା କହିବା ତାହେଲେ ଏଠାକାର ହୋଲି ପର୍ବ ସବୁଠି ଚର୍ଚ୍ଚିତ ଏବଂ ନିଆରା । କୃଷ୍ନ ନଗରୀ କୁହାଯାଉଥିବା ମଥୁରା ଏବଂ ଏହାର ଆଖ ପାଖ ସହରରେ ହୋଲି ଖେଳ ବେସ ଧୁମଧାମରେ ପାଳନ କରାଯାଏ ।

ହୋଲି ପର୍ବ ପୁର୍ବରୁ ହିଁ ଏଠାରେ ରଙ୍ଗ ଖେଳିବା ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ । ଏବଂ ଏହା ଫଗୁଣ ପୁର୍ଣ୍ଣିମା ଯାଏଁ ଚାଲିଥାଏ । ମଥୁରା, ବୃନ୍ଦାବନ, ଅଯୋଧ୍ୟା ଓ ବାରଣାସୀ ଆଦି ସହରରେ ଲୋକମାନେ ଏହି ସମୟରେ ସବୁକିଛି ଛାଡିି ରାଧା କୃଷ୍ନଙ୍କ ଭକ୍ତିରେ ଲିନ ହୋଇଯାଆନ୍ତି । ଏ ଦୃଶ୍ୟ ହେଉଛି ମଥୁରାର ବାଂକେ ବିହାରୀ ମନ୍ଦିରର । ଆପଣ ଦେଖିପାରୁଥିବେ ଲୋକମାନେ ଏକାଠି ହୋଇ କେମିତି ଉତ୍ସାହର ସହ ରଙ୍ଗର ପର୍ବ ହୋଲିର ନିଆରା ମଜା ନେଉଛନ୍ତି ।