ରାହୁଲଙ୍କ ପ୍ରେସମିଟ୍ ନେଇ ବିଜେପିର ପାଲଟା ଆକ୍ରମଣ, ମିଛ କହିବା ରାହୁଲଙ୍କ ଅଭ୍ୟାସ ।

102

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ପ୍ରେସମିଟ୍ ପରେ ପାଲଟା ପ୍ରେସମିଟ୍ କରି ଜବାବ ଦେଇଛି ବିଜେପି । ବିଜେପି ନେତା ରବିଶଙ୍କର ପ୍ରସାଦ ଅଭିଯୋଗ କରିକହିଛନ୍ତି, ରାହୁଲ ଗାନ୍ଧୀ ଅଭ୍ୟାସଗତ ମିଛୁଆ । ପଛୁଆବର୍ଗକୁ ଅପମାନିତ କରି, ମାମଲା ହୋଇଥିଲା । ଆଇନ ଅନୁସାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ପାଇଁ ସ୍ୱତନ୍ତ୍ର ନିୟମ ଆସିବ କି ବୋଲି ପ୍ରଶ୍ନ କରିଛନ୍ତି ରବି ଶଙ୍କର ପ୍ରସାଦ ।