ନିରାଶ ଓ ହତାଶ… ଗିରଫ ହେବା ପରେ ସାମନାକୁ ଆସିଲା ଇମ୍ରାନଙ୍କ ପ୍ରଥମ ଫଟୋ

224

କନକ ବ୍ୟୁରୋ: ପାକିସ୍ତାନରେ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଲ୍ କାଦିର ଟ୍ରଷ୍ଟ ମାମଲାରେ ଗିରଫ କରାଯାଇଛି । ନ୍ୟାସନାଲ ଆକାଉଣ୍ଟେବିଲିଟି ବ୍ୟୁରୋ (ଏନଏବି) ଏହି ଗିରଫ କରିଛି । ଇମ୍ରାନଙ୍କୁ ଗିରଫ କରିବା ପରେ ଚାରିଆଡେ ତାଙ୍କ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ହିଂସା ସୃଷ୍ଟି କରିଛନ୍ତି । ଗଭର୍ଣ୍ଣର ହାଉସ୍ ଓ ଆର୍ମି ହେଡକ୍ୱାର୍ଟର ଉପରେ ଆକ୍ରମଣ କରିଛନ୍ତି ସମର୍ଥକ ।

ଏଭଳି ସ୍ଥଳେ ଗିରଫ ହେବା ପରେ ଇମ୍ରାନ ଖାନଙ୍କ ଜେଲ ଭିତରର ପ୍ରଥମ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଅତି ହତାଶ ଓ ନିରାଶ ହୋଇ ବସିଥିବା ଅବସ୍ଥାରେ ଇମ୍ରାନଙ୍କୁ ଦେଖିବାକୁ ମିଳିଛି ।