ଉପନିର୍ବାଚନ ପାଇଁ ଚାଲିଛି ମତଦାନ : ଭୋଟ ଦେଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

93

କନକ ବ୍ୟୁରୋ : ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଚାଲିଛି ମତଦାନ । ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି, କଂଗ୍ରେସ ସହ ମୋଟ୍ ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ମଧ୍ୟରେ ଟକ୍କର ହେଉଛି । ସକାଳୁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୧୯ ନମ୍ବର ୱାର୍ଡର ୭୦ ନମ୍ବର ବୁଥରେ ଭୋଟ୍ ଦେଇଛନ୍ତି ।

ଏହି ଉପନିର୍ବାଚନରେ ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର ମତଦାନ କରିବେ । ଏଥିପାଇଁ ଝାରସୁଗୁଡ଼ା ପୌର ପରିଷଦ ସହ ଝାରସୁଗୁଡ଼ା, କୋଲାବିରା, ଲଇକେରା ଓ କିର୍ମିରା ବ୍ଲକରେ ମୋଟ୍ ୨୫୩ଟି ବୁଥ୍ ପ୍ରତିଷ୍ଠା କରାଯାଇଛି । ଆଦର୍ଶ ଓ ପିଙ୍କ ବୁଥ୍ରେ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଖରା ବଢୁଥିବାରୁ ସ୍କ୍ୱାସ୍, ପାଣି, ସରବତ, ତରଭୁଜ ବ୍ୟବସ୍ଥା କରାଯାଇଛି ।

ବୁଥକୁ ଆସିବାକୁ ସକ୍ଷମ ନଥିବା ବରିଷ୍ଠ ନାଗରିକଙ୍କ ପାଇଁ ଘରୁ ପୋଷ୍ଟାଲ ବ୍ୟାଲଟ୍ ଯୋଗେ ଭୋଟ୍ ଗ୍ରହଣ ହୋଇଛି । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ହ୍ୱିଲ ଚେୟାରର ବ୍ୟବସ୍ଥା କରାଯାଇଛି । ନିର୍ବାଚନ ପରିଚାଳନା ପାଇଁ ମୋଟ୍ ୧୦୧୨ ଜଣ ପୋଲିଂ ଅଫିସର, ୧୦୮ ଜଣ ରିଜର୍ଭ ପୋଲିଂ ଅଫିସର, ୧୦୪ ଜଣ ମହିଳା ପୋଲିଂ ଅଫିସର ରହିଛନ୍ତି । ସମସ୍ତ ୨୫୩ ବୁଥ୍ରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି ।