ପାୱାର ଚ୍ୟାନେଲରେ ଭାସିଗଲେ ଛାତ୍ରୀ : ପୁରୁଷ ବନ୍ଧୁଙ୍କ ସହ ବୁଲି ଯାଇଥିବା ବେଳେ ଅଘଟଣ; ଦ୍ୱିତୀୟ ଦିନରେ ଉଦ୍ଧାର କାର୍ଯ୍ୟ ଜାରି

514

କନକ ବ୍ୟୁରୋ : ବୁର୍ଲା ଅନ୍ତର୍ଗତ ୧୮ ହଜାର ପାୱାର ଚ୍ୟାନେଲ୍ରେ ଛାତ୍ରୀ ଭାସିଯିବା ଘଟଣ।। ଆଜି ଦ୍ୱିତୀୟ ଦିନରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ବନ୍ଧୁଙ୍କ ସହ ବୁଲିବାକୁ ଯାଇଥିବା ବେଳେ ଛାତ୍ରୀ ଜଣକ ଭାସିଯାଇଥିଲେ । ଗତକାଲି ରାତିର ଅନ୍ଧାର ଭିତରେ ଉଦ୍ଧାର ସମ୍ଭବ ହୋଇପାରିନଥିବାରୁ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା ।

ନିଖୋଜ ଛାତ୍ରୀ ଜଣକ ହେଉଛନ୍ତି ଝାରସୁଗୁଡ଼ା ଅଞ୍ଚଳର । ସୋସିଆଲ୍ ମିଡିଆରେ ବନ୍ଧୁତା ଗଢ଼ି ଉଠିବା ପରେ ସେମାନେ ପରସ୍ପରକୁ ପ୍ରଥମ ଥର ଭେଟିଥିଲେ । ଉଭୟ ବସି କଥା ହେଉଥିବା ବେଳେ ଏହି ଅଘଟଣ ଘଟିଥିବା କୁହାଯାଉଛି । ପୁରୁଷ ବନ୍ଧୁଙ୍କ ଘର ସମ୍ବଲପୁର ଧନୁପାଲି ଅଞ୍ଚଳରେ ବୋଲି ଜଣାପଡିଛି । ତେବେ କ’ଣ ହୋଇଥିଲା, କେଉଁ ପରିସ୍ଥିତିରେ ଛାତ୍ରୀଜଣକ ଭାସି ଯାଇଥିଲେ, ସେ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ ।