ପ୍ରଦୂଷିତ ହେଉଛି, ଢେଙ୍କାନାଳର ବ୍ରାହ୍ମଣୀ ନଦୀ: କଳକାରଖାନାର ବର୍ଜ୍ୟବସ୍ତୁ ଯୋଗୁଁ ବିଷ ପାଲଟିଲାଣି ନଦୀ ଜଳ

87

କନକ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ଦେଇ ବୋହି ଯାଇଥିବା ବ୍ରାହ୍ମଣି ନଦୀ ଦିନକୁ ଦିନ ଦୂଷିତ ହେଉଛି । ନଦୀର ଜଳ ଏମିତି ହୋଇଛି ଯେ, ଏହା ପିଇବା ପାଇଁ ବ୍ୟବହାର କରିବା ସମ୍ଭବ ହେଉନାହିଁ । ପାଣି ବ୍ୟବାହାର କଲେ ବିଭିନ୍ନ ପ୍ରକାରର ଚର୍ମ ରୋଗ ହେବା ସହ କିଡନି ଖରାପ ହେଉଥିବା ଅଭିଯୋଗ ହୋଇଛି । ଏନେଇ ଉଚ୍ଚ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ରାୟନୃସିଂହପୁର ପଂଚାୟତବାସୀ । ତଥାପି ନଦୀ ପ୍ରଦୂଷଣ ଉପରେ ରୋକ ଲାଗିପାରୁନାହିଁ ।

ନଦୀର ଉପର ମୁଣ୍ଡରେ ଥିବା କଳକାରଖାନା ପାଇଁ ନଦୀ ଜଳ ପ୍ରଦୂଷିତ ହେଉଛି । କାରଖାନାରୁ ବାହାରୁ ଥିବା ବିଷାକ୍ତ ଓ ଦୂଷିତ ବର୍ଜ୍ୟବସ୍ତୁକୁ ସିଧାସଳଖ ନଦୀକୁ ଛାଡି ଦିଆଯାଉଛି, ତେଣୁ ବ୍ରାହ୍ମଣୀ ପାଣି ବିଶାକ୍ତ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ବ୍ରାହ୍ମଣି ନଦୀ ଉପରେ ଲକ୍ଷ ଲକ୍ଷ ଲୋକ ସିଧାସଳଖ ନିର୍ଭର କରୁଥିବାରୁ ତୁରନ୍ତ ଏହାର ସମାଧାନ ପାଇଁ ଦାବି ହେଉଛି ।