ପଶ୍ଚିମବଙ୍ଗରେ ବଡ ଦୁର୍ଘଟଣା: ବିସ୍ଫୋରଣରେ ଥରିଲା ବେଆଇନ ବାଣ କାରଖାନା

268

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଉତର ଚବିଶ ପରଗଣାରେ ବାଣ କାରଖାନାରେ ବିସ୍ଫୋରଣ । ୮ ମୃତ, ୫ରୁ ଅଧିକ ଆହତ । ଘଟଣାସ୍ଥଳରେ ପହଂଚି ପୋଲିସର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗୁରୁତରଙ୍କୁ ନିିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି ।

ରବିବାର ସକାଳ ପ୍ରାୟ ୮ଟା
ସ୍ଥାନ-ଉତ୍ତର ୨୪ ପ୍ରଗଣା, ପଶ୍ଚିମବଙ୍ଗ
ସବୁଦିନ ଭଳି ଏହି ବାଣ କାରଖାନାରେ ଶ୍ରମିକମାନେ କାମ କରୁଥିଲେ । ଆଉ ହଠାତ୍ ଭୟଙ୍କର ବିସ୍ଫୋରଣ ହୋଇଥିଲା । ହଠାତ କଣ ହେଲା କେହି କିଛି ଜାଣିପାରିନଥିଲେ । ଏଥିରେ ୮ ଜଣ ଶ୍ରମିକଙ୍କ ଜୀବନ ଯାଇଛି । ଅନେକ ଆହତଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତି କରାଯାଇଛି । ଘଟଣା କୋଲକାତାଠାରୁ ୩୦ କିଲୋମିଟର ଉତର ଦୁତାପୁକର ପୁଲିସ ଥାନା ଅଂଚଳରେ ଘଟିଛି ।

ସ୍ଥାନୀୟ ଅଂଚଳର ଲୋକଙ୍କ କହିବା ଅନୁସାରେ, ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘରର ଛାତ ଉଡିଯାଇଥିଲା । ପୁରା କୋଠା ମାଟିରେ ମିଶିଯାଇଥିଲା । ମାଟିତଳେ ଅନେକ ଦବିରହିଥିଲେ । ଲୋକେ ଭୟରେ ବାହାରକୁ ପଳାଇଆସିଥିଲେ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ମୃତ ଶରୀରର ଖଣ୍ଡ ବିଖଣ୍ଡିତ ଅଂଶ ବିଭିନ୍ନ ସ୍ଥାନରେ ପଡିଥିଲା । ଖବର ଅନୁସାରେ, ଉତର ୨୪ ପ୍ରଗଣାର ଏହି ବାଣ କାରଖାନା ବେଆଇନ ଭାବେ ଚାଲିଥିଲା । ପୂର୍ବରୁ ଗତ ମେ ମାସରେ ମେଦିନାପୁର ଜିଲ୍ଲାରେ ଏଭଳି ବାଣ ବିସ୍ଫୋରଣ ଘଟି ୧୨ ଜଣ ପ୍ରାଣ ହରାଇଥିଲେ । ଘଟଣା ପରେ ବିରୋଧୀ ମମତା ବାନାର୍ଜୀଙ୍କ ସରକାରକୁ ଘେରିଛନ୍ତି ।