କଟକ-ବାରବାଟୀ ଆସନ ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର: ବିରାଟ ରାଲିରେ ଆସି କଲେ ଶକ୍ତି ପ୍ରଦର୍ଶନ

245

କନକ ବ୍ୟୁରୋ: କଟକ-ବାରବାଟୀ ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର । ବିରାଟ ପଟୁଆରରେ ଆସି କଟକ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ନାମାଙ୍କନ ଭରିଛନ୍ତି । ସମର୍ଥକଙ୍କ ସହ ଆସି ନିଜ ଶକ୍ତିପ୍ରଦର୍ଶନ କରିଛନ୍ତି ବିଜେପି ପ୍ରାର୍ଥୀ ତଥା ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ସକାଳୁ କଟକ ଅଧିଷ୍ଠାତ୍ରୀ ଦେବୀ ମାଆ ଚଣ୍ଡିଙ୍କ ଦର୍ଶନ କରିବା ପରେ ବିଶାଳ ରାଲିରେ ନାମାଙ୍କନ ଭରିବାକୁ ବାହାରିଥିଲେ ପୂର୍ଣ୍ଣ ମହାପାତ୍ର । ବିଜେପିର କଟକ ଲୋକସଭା ପ୍ରାର୍ଥୀ ଭର୍ତୃହରି ମହତାବଙ୍କ ସହ ରାଲିରେ ଆସି ନାମାଙ୍କନ ଭରିଛନ୍ତି ପିସି ମହାପାତ୍ର । ପରେ ଉପ-ଜିଲ୍ଲାପାଳଙ୍କ ଅଫିସ୍ରେ ପହଁଚି ନାମାଙ୍କନ ଦାଖଲ କରିବେ । ପ୍ରସୂତି ଓ ସ୍ତ୍ରୀ ରୋଗା ବିଶେଷଜ୍ଞ ବରିଷ୍ଠ ଚିକିତ୍ସତ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ କଟକ- ବାରବାଟୀରୁ ପ୍ରାର୍ଥୀ କରିଛି ବିଜେପି । ପିସି ମହାପାତ୍ରଙ୍କ ଲୋକପ୍ରିୟତା ଦେଖି ତାଙ୍କ ଉପରେ ଭରସା କରିଛି ଦଳ ।

ନାମାଙ୍କନ ଭରିଲେ ବେଗୁନିଆ ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କଂଗ୍ରେସ ପାର୍ଥୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକ । ଜିଲ୍ଲା ଉନ୍ନୟନ କାର୍ଯ୍ୟାଳୟରେ ପହଂଚି ନାମାଙ୍କନ ଭରିଛନ୍ତି ପୃଥ୍ୱୀବଲ୍ଲଭ । ନାମାଙ୍କନ ଭରିବା ପୂର୍ବରୁ ବେଗୁନିଆରେ ପାଂଚ ପାଇକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଯାହା ପରେ ଏକ ବିରାଟ ପଟୁଆରରେ ଯାଇ ନାମାଙ୍କନ ଭରିଥିଲେ ପୃଥ୍ୱୀବଲ୍ଲଭ ।