ଝାରସୁଗୁଡାରୁ ଭୁବନେଶ୍ୱର ବାହାରିଲା ନବୀନଙ୍କ ହେଲିକପ୍ଟର । ଭିଡିଓ ଛାଡି ସୂଚନା ଦେଲେ ପାଣ୍ଡିଆନ୍ । କାଳବୈଶାଖୀ ପାଇଁ ଓହ୍ଲାଇ ପାରିଲୁନି…

1,169

କନକ ବ୍ୟୁରୋ: ଭୁବନେଶ୍ୱର ବାହାରିଲା ନବୀନଙ୍କ ହେଲିକପ୍ଟର । ଝାରସୁଗୁଡାରୁ ଭୁବନେଶ୍ୱର ଅଭିମୁଖେ ଉଡାଣ ଭରିଲା ନବୀନଙ୍କ ହେଲିକପ୍ଟର । ଖରାପ ପାଗ ପାଇଁ ଭୁବନେଶ୍ୱରରେ ଓହ୍ଲାଇ ପାରିନଥିଲା ହେଲିକପ୍ଟର । ଭିଡିଓ ବାର୍ତ୍ତା ଦେଇ ସୂଚନା ଦେଲେ ଭି.କେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ଭଲ ଥିବା ନେଇ ଉକ୍ତ ଭିଡିଓରେ ସୂଚନା ଦେଇଛନ୍ତି ପାଣ୍ଡିଆନ ।

ତେବେ କିଛି ସମୟରେ ତଳେ କାଳବୈଶାଖୀ ପାଇଁ ନବୀନଙ୍କ ହେଲିକପ୍ଟର ଭୁବନେଶ୍ୱରରେ ଅବତରଣ କରି ପାରି ନଥିଲା । ପ୍ରବଳ ବର୍ଷା ପବନ ହେଲିକପ୍ଟର ଅବତରଣରେ ବାଧା ଦେଇଥିଲା । ଭୁବନେଶ୍ୱରରେ ଓହ୍ଲାଇ ନପାରି ମଝି ଆକାଶରେ ପ୍ରାୟ ୧ ଘଣ୍ଟା ଚକ୍କର କାଟିଥିଲା । ବାଧ୍ୟହୋଇ ଝାରସୁଗୁଡା ଫେରିଥିଲା ନବୀନଙ୍କ ହେଲିକପ୍ଟର । ଆଉ ଏବେ ହେଲିକପ୍ଟର ଭିତରୁ ପାଣ୍ଡିଆନ ଭିଡିଓ ଛାଡି ସେମାନେ ପୁନଃଶ୍ଚ ଭୁବନେଶ୍ୱର ଫେରୁଥିବା ନେଇ ସୂଚନା ଦେଇଛନ୍ତି ।