କଂକ୍ରିଟ ଜଙ୍ଗଲରେ ଅଣନିଶ୍ୱାସୀ ହୋଇପଡୁଛି ବଡ ବଡ ଗଛ । ଗଛ ମୂଳକୁ କରାଯାଇଛି କଂକ୍ରିଟ, ବିଛାଇ ଦିଆଯାଇଛି ଟାଇଲ

163

କନକ ବ୍ୟୁରୋ: ଗଛ ହେଉ କି ଲତା, ପ୍ରକୃତି ସମସ୍ତଙ୍କୁ ବଞ୍ଚିବା ପାଇଁ ଅଧିକାର ଦେଇଛି । ହେଲେ, ଆଧୁନିକୀକରଣ ମୋହରେ ଗଛକୁ ପ୍ରକୃତି ଦେଇଥିବା ସେହି ଅଧିକାରକୁ ମଣିଷ ଛଡାଇ ନେଇଛି । ଭୁବନେଶ୍ୱର ସହରରେ ଥିବା ରାସ୍ତା କଡ ଗଛ ମୂଳ ଚାରିପଟେ କଂକ୍ରିଟ ଓ ଟାଇଲ ବିଛାଇ ଦିଆଯାଇଛି । ଆଉ ଏହାକୁ ଦେଖିଲେ ଲାଗୁଛି ଯେମିତି କଂକ୍ରିଟ ବିଛାଇ ଗଛର ତଂଟିକୁ ଚିପି ଦିଆଯାଉଛି ।

ଦିଲ୍ଲୀରେ ଏଭଳି ଏକ ମାମଲାର ଶୁଣାଣି କରି ଖିଲାପକାରୀ ପୂର୍ତ୍ତ ବିଭାଗ ବିରୋଧରେ ୩୮ ଲକ୍ଷ ଟଙ୍କା ଜୋରିମାନା ଧାର୍ଯ୍ୟ କରିଛନ୍ତି କୋର୍ଟ । ଏହି ଜୋରିମାନାକୁ ଆଦାୟ କରିବାକୁ ବନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଗ୍ରୀନ ଟ୍ରିବୁନାଲ । ଓଡ଼ିଶାରେ ବି ସେମିତି ବନ ବିଭାଗ ଓ ପୂର୍ତ୍ତ ବିଭାଗ ଦୃଢ଼ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି ବୁ୍ଦ୍ଧିଜୀବୀ ।

ଗଛ ଚାରିପଟେ କଂକ୍ରିଟକରଣର ଫଳରେ

  • ଗଛଟିର ମୂଳ ଦୁର୍ବଳ ହୋଇଯାଏ
  • ମାଟିତଳୁ ବର୍ଷା ପାଣି ପ୍ରବେଶ କମିଯାଏ
  • ମୂଳ ଦୁର୍ବଳ ହେତୁ ଗଛଟି ମାଟିରୁ ଯବକ୍ଷାରଜାନ ସଂଗ୍ରହ କରିନପାରି ଶୀଘ୍ର ମରିଯାଏ
  • ବାତ୍ୟା ଫଳରେ ମୂଳ ଦୁର୍ବଳ ଓ ହଲିନପାରେ ଭାଙ୍ଗି ପଡେ

କଂକ୍ରିଟକରଣ ଯୋଗୁଁ ଗଛ କ୍ଷତିଗ୍ରସ୍ତ ହେବା ଫଳରେ ପରିବେଶ ଉପରେ ଏହା ବଡ ପ୍ରଭାବ ପଡିଥାଏ । ଯାହାକୁ ନିୟନ୍ତ୍ରଣ କରିବା ଆବଶ୍ୟକ ।