ଆମେରିକାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଟ୍ୱିଟରର ମାଲିକ : କହିଲେ, ମୁଁ ମୋଦୀଙ୍କ ଫ୍ୟାନ, ତାଙ୍କ ସହ ସାକ୍ଷାତ ସମ୍ମାନର ବିଷୟ

162

କନକ ବ୍ୟୁରୋ : ଆମେରିକାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଟ୍ୱିଟର ମାଲିକ । ନ୍ୟୁୟର୍କରେ ଭେଟିବା ପରେ ଏଲନ ମସ୍କଙ୍କ ପ୍ରତିକ୍ରିୟା । କହିଲେ, ମୁଁ ମୋଦୀଙ୍କ ଫ୍ୟାନ, ତାଙ୍କ ସହ ସାକ୍ଷାତ ସମ୍ମାନର ବିଷୟ । ଭାରତର ଭବିଷ୍ୟତକୁ ନେଇ ବହୁତ ଉତ୍ସାହିତ । ଅନ୍ୟ ଦେଶ ଅପେକ୍ଷା ଭାରତରେ ସମ୍ଭାବନା ଅଧିକ । ନୂଆ କମ୍ପାନିଗୁଡିକ ନେଇ ମୋଦୀ ଅତ୍ୟନ୍ତ ଉଦାରବାଦୀ । ଦେଶରେ ନୂଆ କମ୍ପାନିଗୁଡିକୁ ସ୍ୱାଗତ ପାଇଁ ମୋଦୀ ଚାହାନ୍ତି । ଖାଲି ସେତିକି ନୁହେଁ ଆସନ୍ତାବର୍ଷ ଭାରତ ଗସ୍ତରେ ଏଲନ ମସ୍କ ଆସିବେ ।

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତୀୟ ସମୟ ରାତି ପ୍ରାୟ ସାଢେ ୧୦ଟାରେ ପ୍ରଧାନମନ୍ତ୍ରୀ ନ୍ୟୁୟର୍କରେ ପହଞ୍ଚିଥିଲେ । ଜନ୍ ଏଫ୍ କେନେଡି ଏୟାରପୋର୍ଟରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । ଆମେରିକାରେ ମୋଦୀ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରହିବେ । ଏହି ସମୟ ଭିତରେ ମୋଦୀ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ସାମିଲ ହେବେ ।