ଦ୍ୱିତୀୟ ଦିନରେ ପୁରୀରେ ଚାଲିଛି ରଥଟଣା ଗୁଣ୍ଡିଚା ମନ୍ଦିର ଅଭିମୁଖେ ୨ ରଥ; ଦର୍ପଦଳନ, ନନ୍ଦିଘୋଷ ରଥକୁ ଟାଣୁଛନ୍ତି ଶ୍ରଦ୍ଧାଳୁ

202

କନକ ବ୍ୟୁରୋ : ପୁରୀରେ ପୁଣି ହେଲା ରଥଟଣା । ବଡଶଙ୍ଖରେ ଅଟକିଥିଲା ଦର୍ପଦଳନ ରଥ । ସେହିପରି ଗଳଗଣ୍ଡି ଛକରେ ନନ୍ଦିଘୋଷ ରଥ ଅଟକିଥିଲା । ଦେବୀ ସୁଭଦ୍ରା ଓ କାଳିଆ ସାଆନ୍ତଙ୍କ ରଥକୁ ଗୁଣ୍ଡିଚା ମନ୍ଦିର ନିକଟକୁ ନିଆଯିବ । ହେଲେ, ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଶରଧାବାଲିରେ ପହଞ୍ଚି ଯାଇଛି ।

ଅନ୍ୟପଟେ ଶରଧାବାଲିରୁ ବଳଗଣ୍ଡି ଛକ ପର୍ଯ୍ୟନ୍ତ ଭକ୍ତଙ୍କ ଗହଳି ଲାଗି ରହିଛି । ସାଧୁସନ୍ଥଙ୍କ ମେଳି ବି ଜମିଛି ଶରଧା ବାଲିରେ । ଭଜନ କୀର୍ତ୍ତନରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଘଣ୍ଟନାଦ ସାଙ୍ଗକୁ ଭକ୍ତଙ୍କ ହରିବୋଲ, ଜୟ ଜଗନ୍ନାଥ ଡାକରେ ପ୍ରକମ୍ପିତ ହେଉଛି ପୂରା ପରିବେଶ ।