ଠକ ଭାଙ୍ଗିଦେଲା ସୁନାସଂସାର: ସାଇବର ଠକେଇ ପରେ ସ୍ୱାମୀ ଦେଲେ ତଲାକ୍

181

କନକ ବ୍ୟୁରୋ: ଏ ଖବର ଶୁଣିଲେ ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । କିନ୍ତୁ କେନ୍ଦ୍ରାପଡା ଡେରାବିଶ ବ୍ଲକ କୁଶିଆପାଳରୁ ଆସିଛି ଏଭଳି ସମ୍ବଦେଶୀଳ ଘଟଣା । ସାଇବର ଠକେଇର ଶିକାର ସ୍ତ୍ରୀଙ୍କୁ ତଲାକ ଦେଇ ଦେଇଛନ୍ତି ସ୍ୱାମୀ । ଫୋନ କରି ତିନିଥର ତଲାକ ଦେଇଛନ୍ତି ସ୍ୱାମୀ ଶେଖ ରାଜୀଦ । ସାଇବର ଠକେଇର ଶୀକାର ହେବା ପରେ ପରିବାରରେ ଝଡ ଉଠିଛି । ଏ ନେଇ ସଂପୃକ୍ତ ମହିଳା ଥାନାରେ ଅଭିଯୋଗ କରିବା ପରେ ପୁରା ଘଟଣା ସାମ୍ନାକୁ ଆସିଛି ।

ଅଭିଯୋଗକାରିଣୀ କେବେ ବି ଭାବନିନଥିଲେ ଅନଲାଇନରେ ସେ ଏଭଳି ଠକେଇର ଶୀକାର ହେବେ । ଅଭିଯୋଗ ଅନୁସାରେ,
-ଅଭିଯୋଗକାରିଣୀ ସୋସିଆଲ ମିଡିଆରେ ରବିଶର୍ମା ନାମକ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ସହ ପରିଚିତ ହୋଇଥିଲେ
-ରବିଶର୍ମା ଅଭିଯୋଗକାରିଣୀକୁ ଉଭଣୀ ବୋଲି ସମ୍ବୋଧନ କରି ୨୫ ଲକ୍ଷର ଉପହାର ଲୋଭ ଦେଖାଇଥିଲେ
-ଗିଫ୍ଟ ପଠାଇବା ପାଇଁ କୋରିଅର ଚାର୍ଜ ବାବଦରେ ଦେଢଲକ୍ଷ ଟଙ୍କା ମାଗିଥିଲେ…
-ରବିଶର୍ମା ନାମକ ବ୍ୟକ୍ତିଙ୍କ ପାଠକୁ ଟଙ୍କା ଯାଇଥିଲା, କିନ୍ତୁ ଗିଫ୍ଟ ଆସିନଥିଲା
-ଅନଲାଇନ ଠକେଇ ସମ୍ପର୍କରେ ଜାଣିବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ

ଆଉ ଏ କଥା ଜାଣିବା ପରେ ଗୁଜରାଟରେ ଥିବା ସ୍ୱାମୀ ରାଗିଯାଇଥିଲେ । ତଲାକ ଦେଇ ଘରୁ ବାହାର କରିଦେବାରୁୁ ଅଭିଯୋଗକାରିଣୀ ସ୍ତ୍ରୀ ପୁଣି ଭରଣପୋଷଣ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ, ବିଭିନ୍ନ କାରଣକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା । ଆଉ ଏବେ ତଲାକ ପରେ ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।