କ୍ୟୁବାରେ ଘୂର୍ଣ୍ଣିଝଡ଼ ‘ଇୟାନ’ ମାଡ଼ । ଅସ୍ତବ୍ୟସ୍ତ ହୋଇପଡିଛି ଦ୍ୱୀପପୁଂଜ

180

କନକ ବ୍ୟୁରୋ : କ୍ୟୁବାରେ ତାଣ୍ଡବ ରଚିଛି ସାମୁଦ୍ରିକ ଝଡ଼ ଇୟାନ । କ୍ୟୁବାର ପଶ୍ଚିମଭାଗରେ ସ୍ଥଳଭାଗ ଛୁଇଁବା ପରେ ସେଠାରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ମୁସଳଧାରା ବର୍ଷା ଓ ପବନରେ କ୍ୟୁବାର ଅନେକ ସହରରେ ଥରହର ପରିସ୍ଥିତି ସୃଷ୍ଟି ହୋଇଛି । ଘଂଟା ପ୍ରତି ୨୦୦ କିଲୋମିଟରରୁ ଅଧିକ ବେଗରେ ବଢୁଛି ଘୂର୍ଣ୍ଣିଝଡ ଇୟାନ । ବିଶେଷ କରି କ୍ୟୁବାର ହବାନାରେ ତାଣ୍ଡବ କରୁଛି ଘୂର୍ଣ୍ଣିଝଡ । ପ୍ରବଳ ବର୍ଷା ପରେ ସେଠାରେ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା ରହିଛି । ସ୍ଥିତିକୁ ଦେଖି ପ୍ରାୟ ଏକ ଲକ୍ଷ ଲୋକଙ୍କୁ ସ୍ଥାନାସ୍ତର କରାସରିଛି । ଆପାତକାଳୀନ ସେବାକୁ ଆଲର୍ଟ କରାଯାଇଛି । ଘୂର୍ଣ୍ଣିଝଡ ଇୟାନ ଦ୍ୱୀପକୁ ଧ୍ୱଂସସ୍ତୁପରେ ପରିଣତ କରିସାରିଛି । ଅନେକ ସ୍ଥାନ ଏବେ ଅନ୍ଧାର ଭିତରେ ରହିଛି । ରାସ୍ତାଘାଟ ବିଚ୍ଛିନ ହୋଇଛି । ବିଜୁଳି ଓ ପାଣି ଅଭାବ ଯୋଗୁଁ ଲୋକମାନେ ନାହିଁନଥିବା ସମସ୍ୟାର ଭିତରେ ରହିଛନ୍ତି ।

କ୍ୟୁବାରେ ସ୍ଥଳଭାଗ ଅତିକ୍ରମ କରି ଧ୍ୱଂସଲୀଲା ରଚିବା ପରେ ଏହା ସମୁଦ୍ରରେ ପ୍ଲୋଂରିଡାକୁ ଆଡକୁ ମାଡିଆସୁଛି ‘ଇୟାନ୍’ । ହରିକେନ ତିନି ଶ୍ରେଣୀରେ ରହିଥିବା ଏହି ସାମୁଦ୍ରିକ ଝଡକୁ ନେଇ ରାଜ୍ୟରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି । ସାମୁଦ୍ରିକ ଝଡ ଇୟାନ ଫଳରେ ପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି । ଯାହାଫଳରେ ଅନେକ କ୍ଷୟକ୍ଷତି ହେବା ନେଇ ମଧ୍ୟ ଆକଳନ କରାଯାଉଛି । ବର୍ତମାନ ଏହି ଝଡ କେମାନ ଦ୍ୱୀପପୁଞ୍ଜ ନିକଟରେ ଅତିକ୍ରମ କରି କ୍ୟୁବାଠୁ ୧୩୦ କିଲୋମିଟର ଦୂରରେ ରହିଛି । ଧିରେ ଧିରେ ସମୁଦ୍ର ମଧ୍ୟରେ ଏହା ବଳ ଗୋଟାଇ ଆହୁରି ଶକ୍ତିଶାଳୀ ହେଉଛି । ସମୁଦ୍ରରେ ଉଚ୍ଚ ଜୁଆର ଆସିବା ଆଶଙ୍କାରେ ତଟବର୍ତୀ ଅଂଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଉଛି ।

ମାଡି ଆସୁଛି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଇୟାନ
• ପଶ୍ଚିମ କ୍ୟାରବିଆନ ସାଗରରେ ଇୟାନ ସାମୁଦ୍ରିକ ଝଡ଼ ସୃଷ୍ଟି ହୋଇଛି ।
• ଆଗାମୀ ୪୮ ଘଂଟା ପାଇଁ କେମେନ ଦ୍ୱୀପର ପଶ୍ଚିମ ଏବଂ ଦକ୍ଷିଣ ପଶ୍ଚିମ ଏବଂ ଫ୍ଲୋରିଡ ପାଇଁ ଆଲର୍ଟ ଜାରି କରାଯାଇଛି
• ଘଂଟା ପ୍ରତି ୨୦୧ କିଲୋମିଟର ବେଗରେ ଉତର ପଶ୍ଚିମ କ୍ୟୁବା ଆଡକୁ ଅଗ୍ରସର ହେଉଛି
• ଫ୍ଲୋରିଡା ଉପକୂଳ ଛୁଇଁବା ବେଳେ ଏହା ଉଗ୍ର ରୂପ ଧାରଣା କରିପାରେ ।

ଘୂର୍ଣ୍ଣିଝଡ଼ ଇୟାନ ପ୍ରଭାବରେ ଫ୍ଲୋରିଡା ଓ ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଆମେରିକାର ଅନେକ ରାଜ୍ୟରେ ଏହାର ବଡ ପ୍ରଭାବ ପଡିବା ଆଶଙ୍କା ରହିଛି ।