କେମିତି ଆତ୍ମହତ୍ୟାରୁ ଦୁରେଇ ରହିବେ? ବାଟ ବତାଇଲେ ମାନସିକ ରୋଗ ବିଶେଷଜ୍ଞ

184

କନକ ବ୍ୟୁରୋ: ଓଡିଶାରେ ଆତ୍ମହତ୍ୟା ମାମଲା ବଢିବା ଚିନ୍ତା ବଢାଇଛି । ସ୍ଥିତି ଏମିତି ହୋଇଛି ଯେ ଆତ୍ମହତ୍ୟାରେ ଜାତୀୟ ହାରଠୁ ଆଗରେ ଅଛି ଓଡିଶା । ଆତ୍ମହତ୍ୟା ଭଳି ଚରମ ପଦକ୍ଷେରୁ ଦୁରେଇ ରହିବା ପାଇଁ ଆଜିର ଦିନକୁ ସାରା ବିିଶ୍ୱ ଆତ୍ମହତ୍ୟା ନିରୋଧୀ ଦିବସ ଭାବେ ପାଳନ କରୁଛି ।

ପରିବାରର ଖରାପ ପରିସ୍ଥିତିରେ ପଡି ଆତ୍ମହତ୍ୟା ଉଦ୍ୟମ କରିଥିବା କଟକ ମେରିଆ ବଜାରର ଆଲୋକ ବେହେରା, ଏବେ ଜୀବନ ଯାତ୍ରାରେ ବେଶ ସଫଳ ହୋଇଛନ୍ତି । କୋଭିଡ ସମୟରେ ବାପାଙ୍କ ରୋଜଗାର ଓ ବଡ ଭଉଣୀଙ୍କ ଦରମା ବନ୍ଦ ହେବାରୁ ଘର ଚଳିବା କଷ୍ଟକର ହୋଇଗଲା । ଏପରି ସମୟରେ ମାଆ ହୃଦଘାତରେ ଆଖି ବୁଜିଦେବାରୁ ଆଲୋକ ହତାଶ ହୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଜଣେ ସାଙ୍ଗର ଆଶ୍ୱସନା ଓ ସାହାଯ୍ୟ ଯୋଗୁଁ ଆତ୍ମହତ୍ୟାରୁ ବିରତ ହୋଇଥିଲେ । ଏବେ ଆଲୋକ ନିଜ ଉଦ୍ୟମରେ ଭଲ ରୋଜଗାର କରି ପରିବାର ସହ ଭଲରେ ଚଳୁଛନ୍ତି । ଏଥିସହ “ଆତ୍ମହତ୍ୟା ମୁକ୍ତ ଓଡିଶା” ନାରେ ଏକ ସଂଗଠନ କରି ଲୋକଙ୍କୁ ଆତ୍ମହତ୍ୟା ନକରିବା ପାଇଁ ସଚେତନ ମଧ୍ୟ କରୁଛନ୍ତି ।

ଆତ୍ମହତ୍ୟା ହତାଶ ମନର ଏକ ଦୁର୍ବଳ ନିଷ୍ପତି । ସଚେତନତା ଦ୍ୱାର ଆତ୍ମହତ୍ୟାକୁ ଦୁରେଇ ହେବ ବୋଲି ସାମାଜିକ କର୍ମୀ ଓ ମାନସିକ ରୋଗ ବିଶେଷଜ୍ଞ କହିଛନ୍ତି । ଆତ୍ମହତ୍ୟାରୁ ଦୂରେଇ ରହିବା ପାଇଁ ମାନସିକ କାଉନସେଲିଂ ଓ ସଚେତନତା ଜରୁରୀ ବୋଲି କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ ଡାକ୍ତର । ଆତ୍ମହତ୍ୟା ଏକ ସାମାଜିକ ବ୍ୟାଧିରେ ପରିଣତ ହୋଇଛି । ଚାକିରି, କ୍ୟାରିୟର, ପରିବାରରେ ବିବାଦ, ନିର୍ଯାତନା, ହିଂସା, ମାନସିକ ଅସ୍ଥିରତା, ନିଶା, ଆର୍ଥିକ ସଙ୍କଟ ଆତ୍ମହତ୍ୟାର ପ୍ରମୁଖ କାରଣ । ତେବେ ସଚେତନତା ଦ୍ୱାରା ଏହି ସାମାଜିକ ବ୍ୟାଧିକୁ ଦୁରେଇ ହେବ ।