ଓଡ଼ିଶାରେ କେତେ ମୋବାଇଲ ୟୁଜର୍ସ ? ୧ କୋଟି ୩୭ ଲକ୍ଷ ଗ୍ରାହକଙ୍କ ସହ ଶୀର୍ଷରେ ଜିଓ

184

କନକ ବ୍ୟୁରୋ : ଟେକ୍ନୋଲୋଜିର ବ୍ୟବହାର ବଢିବା ସହ ମୋବାଇଲର ଚାହିଦା ମଧ୍ୟ ବଢିଛି । ମୋବାଇଲକୁ ଏବେ ଆବଶ୍ୟକୀୟ ଜିନିଷ ଭାବେ ଗଣାଯାଉଥିବା ବେଳେ ଓଡ଼ିଶାର ମୋବାଇଲର ଚାହିଦା ବଢିବାରେ ଲାଗିଛି । ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଓଡ଼ିଶାରେ ମୋଟ ୩ କୋଟି ୩୦ ଲକ୍ଷ ୬୯ ହଜାର ଲୋକେ ମୋବାଇଲ ବ୍ୟବହାର କରୁଛନ୍ତି । ଗତ ଅଗଷ୍ଟ ମାସ ତୁଳନାରେ ସେପ୍ଟେମ୍ବରରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୫୮ ହଜାରରୁ ଅଧିକ ବୃଦ୍ଧି ପାଇଛି ।

ଜିଓ ଏବଂ ଭୋଡାଫୋନ୍ ଆଇଡିଆର ଗ୍ରାହକ ସଂଖ୍ୟା କମୁଥିବା ବେଳେ ଏୟାରଟେଲ ଏବଂ ବିଏସଏନଏଲ ଗ୍ରାହକଙ୍କ ସଂଖ୍ୟା ବଢୁଥିବା ଦେଖିବାକୁ ମିଳିଛି । ଏବେ ରାଜ୍ୟରେ ଜିଓ ଗ୍ରାହକଙ୍କ ସଂଖ୍ୟା ୧ କୋଟି ୩୭ ଲକ୍ଷ ୫୯ ହଜାରରୁ ଅଧିକ ସହ ପ୍ରଥମରେ ରହିଛି । ୧ କୋଟି ୧୩ ଲକ୍ଷରୁ ଅଧି ଗ୍ରାହକଙ୍କ ସହ ତାଲିକାରେ ଦ୍ୱିତୀୟରେ ରହିଛି ଏୟାରଟେଲ । ବିଏଏନଏଲର ୬୩ ଲକ୍ଷରୁ ଅଧିକ ଗ୍ରାହକ ରହିଥିବା ବେଳେ ଭୋଡାଫୋନ୍ ଆଇଡିଆରେ ୧୬ ଲକ୍ଷରୁ ଅଧିକ ଗ୍ରାହକ ଅଛନ୍ତି ।