ସାଙ୍ଗକୁ କେମିତି ମାରିଲା ସାଙ୍ଗ? ଆଶୁତୋଷ ହତ୍ୟା ଘଟଣାର ହେଲା ସିନ ରିକ୍ରିଏନସନ।

249

କନକ ବ୍ୟୁରୋ: ଖୋର୍ଦ୍ଧା ବାଣପୁର ଗୋଦାବରୀଶ କଲେଜର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ଆଶୁତୋଷ ମହାପାତ୍ର ହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଭଳି ଲୋମଟାକୁରା ହତ୍ୟାକାଣ୍ଡ ମାଷ୍ଟରମାଇଣ୍ଡ ଥିଲା ଆଶୁତୋଷଙ୍କ ନିଜ ସାଙ୍ଗ ଆଶୀର୍ବାଦ ପ୍ରଧାନ । ପ୍ରତିଶୋଧ ଓ ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କରିଥିଲା ସାଙ୍ଗ । ଶୁକ୍ରବାରଦିନ ଅଭିଯୁକ୍ତ ଆଶୀର୍ବାଦକୁ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏସନ କରିଛି ପୁଲିସ । ଆଉ ଆଶୁତୋଷକୁ, ଆଶିର୍ବାଦ କେମିତି ମାରିଲା ତାର ଡେମୋ ଦେଖାଇଛି । ଅଭିଯୁକ୍ତର ବୟାନ ଆଧାରରେ ଆଶୁତୋଷଙ୍କ ମୋବାଇଲକୁ ବାଣପୁର ଖମାରସାହିର ଏକ କୂଅରୁ ଉଦ୍ଧାର କରାଯାଇଛି । ହତ୍ୟା ପରେ ଆଶୀର୍ବାଦ, ଆଶୁତୋଷର ମୋବାଇଲକୁ ଏହି କୂଅରେ ପକାଇଦେଇଥିଲା । ଘଟଣାରେ ସାମିଲ ଥିବା ଅନ୍ୟମାନମାନଙ୍କୁ ଧରିବା ପାଇଁ ପୁଲିସ ତଦନ୍ତକୁ ଜୋରଦାର କରିଛି । କୂଅରୁ ଉଦ୍ଧାର ହୋଇଥିବା ମୃତ ଆଶୁତୋଷଙ୍କ ମୋବାଇଲରେ ଅନେକ ତଥ୍ୟ ରହିଥିବା ପୁଲିସ ଅନୁମାନ କରୁଛି ।

ମୃତ ଆଶୁତୋଷ ପରିବାରର ଏକମାତ୍ର ପୁଅ ଥିଲେ । ତେଣୁ ତାଙ୍କ ପରଲୋକରେ ପରିବାର ଲୋକଙ୍କ ପାଦତଳୁ ମାଟି ଖସିଯାଇଛି । ପରିବାର ଲୋକଙ୍କ କହିବା ଅନୁସାରେ, ଆଶୁତୋଷ ବହୁତ ଶାନ୍ତ ଓ ସରଳ ଥିଲେ । ତେଣୁ ଏଭଳି ହତ୍ୟାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ । ହତ୍ୟାକାରୀକୁ ଫାଶୀ ଦିଆନଗଲେ ସପରିବାର ଚରମ ପଦକ୍ଷେପ ନେବାକୁ ଧମକ ଦେଇଛନ୍ତି ।

ଅଭିଯୁକ୍ତ ଆର୍ଶିବାଦ ପ୍ରଧାନ ଆଶୁତୋଷଙ୍କ ବେକରେ ଦଉଡି ବାନ୍ଧି ଏକ କୂଅ ପକାଇ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ପ୍ରେମ ସମ୍ପର୍କକୁ ନେଇ ଆଶୁତୋଷ ଓ ଆଶୀର୍ବାଦଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ଯେଉଁଥିପାଇଁ ଆଶୁତୋଷକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା ଆଶିର୍ବାଦ । ଅପହରଣ କରି ୫ ଲକ୍ଷ ଟଙ୍କା ମାଗିଥିଲା ।