ଏବେ ବି ହୋମିଓପାଥି ବିଶ୍ୱର ଦ୍ୱିତୀୟ ଜନାଦୃତ ଚିକିତ୍ସା! ରାଜ୍ୟରେ ୬୦ ଲକ୍ଷ ରୋଗୀଙ୍କ ଭରସା ହୋମିଓପାଥି

132

କନକ ବ୍ୟୁରୋ: ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ୫୧ ବର୍ଷିୟ ସୁକାନ୍ତ କୁମାର ଦାସ । ବହୁଦିନ ଧରି ଚର୍ମରୋଗରେ ଆକ୍ରାନ୍ତ ଥିଲେ । ପ୍ରାୟ ୧୫ ବର୍ଷ ହେବ ହୋମିଓପାଥି ଔଷଧ ଖାଇ ସୁସ୍ଥ ଅଛନ୍ତି । ସେହିଭଳି ଭୁବନେଶ୍ୱର ବାସିନ୍ଦା ଅଶୋକ କୁମାର ଶତପଥୀ ଦୀର୍ଘଦିନ ଧରି ଆଣ୍ଠୁବିନ୍ଧା ଯନ୍ତ୍ରଣା ସହୁଥିଲେ । ଏବେ କିନ୍ତୁ ହୋମିଓପାଥି ଔଷଧ ଖାଇବା ପରେ ଯନ୍ତ୍ରଣାରୁ ମୁକ୍ତି ମିଳିଥିବା କହିଛନ୍ତି ।

  • ଏବେ ବି ହୋମିଓପାଥି ବିଶ୍ୱର ଦ୍ୱିତୀୟ ଜନାଦୃତ ଚିକିତ୍ସା!
  • ରାଜ୍ୟରେ ୬୦ ଲକ୍ଷ ରୋଗୀଙ୍କ ଭରସା ହୋମିଓପାଥି

ସମୟର ପରିବର୍ତ୍ତନ ଏଲୋପାଥିକ ଚିକିତ୍ସା ଉପରେ ଲୋକଙ୍କ ଭରସା ବଢିଛି । କିନ୍ତୁ ଏବେ ବି ହୋମିଓପାଥି ଉପରେ ଲକ୍ଷ ଲକ୍ଷ ଲୋକ ନିର୍ଭର କରୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁସାରେ, ହୋମିଓପାଥି ବିଶ୍ୱର ଦ୍ୱିତୀୟ ଲୋକପ୍ରିୟ ଚିକିତ୍ସା । କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ହୋମିଓପାଥିକ ଚିକିତ୍ସାକୁ ପ୍ରୋତ୍ସାହନ ଦେଉଛନ୍ତି । ତେବେ କେବଳ ରୋଗ ଚିହ୍ନଟ କରି ଉପଯୁକ୍ତ ଔଷଧ ଦେଲେ ରୋଗ ଉପଶମ ହୋଇପାରିବ ବୋଲି ଡାକ୍ତର ମତ ଦେଇଛନ୍ତି ।

ଗୋଟିଏ ଛାତ ତଳେ ହୋମିଓପାଥିକ, ଏଲୋପାଥି ଓ ଆୟୁର୍ବେର୍ଦ ଚିକିତ୍ସା ପାଇଁ ସରକାର ସବୁପ୍ରକାରର ବ୍ୟବସ୍ଥା କରିବାକୁ ଯାଉଛନ୍ତି । ଆଉ ଏହାର ଫାଇଦା ନେବାକୁ ରୋଗୀଙ୍କୁ ଡାକ୍ତର ପରାମର୍ଶ ଦେଇଛନ୍ତି ।