୪୦ ଡିଗ୍ରୀ ପାର କଲା ରାଜ୍ୟରେ ତାପମାତ୍ରା। ଝାରସୁଗୁଡା ରାଜ୍ୟର ସବୁଠାରୁ ଉତପ୍ତ ସହର

131

କନକ ବ୍ୟୁରୋ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରିରହିଛି । ୪୦.୪ ଡିଗ୍ରୀ ସହ ଝାରସୁଗୁଡା ରାଜ୍ୟର ସବୁଠାରୁ ଉତପ୍ତ ସହର ହୋଇଛି । ଆଜି ରାଜ୍ୟରେ ପାରଦ ଅନେକ ସ୍ଥାନରେ ୪୦ ଡିଗ୍ରୀ ଅତିକ୍ରମ କରିଛି । ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି । ସେହିଭଳି ବାରିପଦାରେ ତାପମାତ୍ରା ୪୦ ଡିଗ୍ରୀ ରହିଛି ।

ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୯.୭ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଚାନ୍ଦବାଲି, ଅନୁଗୁଳ, ସମ୍ବଲପୁରରେ ତାପମାତ୍ରା ୩୯.୭ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି ବୌଦ୍ଧରେ ୩୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ମାଲକାନଗିରିରେ ତାପମାତ୍ରା ୩୯.୫ ଥିବା ବେଳେ ଟିଟଲାଗଡରେ ୩୯, ସୋନପୁରରେ ତାପମାତ୍ରା ୩୯.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।