ଭାରତର ଆତଙ୍କବାଦ ବିରୋଧୀ ରଣନୀତି ସଫଳ ! ହିଜବୁଲ ମୁଖ୍ୟ ସୟଦ ସଲାଉଦ୍ଦିନକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କଲା ଆମେରିକା
କନକ ବ୍ୟୁରୋ : ଭାରତର ଆତଙ୍କବାଦ ବିରୋଧୀ ରଣନୀତିକୁ ମିଳିଛି ବଡ ସଫଳତା । ମୋଦି-ଟ୍ରମ୍ପ ସାକ୍ଷାତ ଠିକ୍ ପୂର୍ବରୁ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ୍ ନେତା ସୟଦ୍ ସଲାଉଦ୍ଦିନକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷିତ କରିଛି ଆମେରିକା ।
Kanak News is now on WhatsApp
Join and get latest news updates delivered to you via WhatsApp
ଜମ୍ମୁ କଶ୍ମୀରରେ ହେଉଥିବା ଆତଙ୍କବାଦୀ ଆକ୍ରମଣ ଆଧାରରେ ଏହି ଘୋଷଣା କରିଛି ଆମେରିକୀୟ ପ୍ରଶାସନ । ଆମେରିକୀୟ କ୍ଷେତ୍ରରେ ସଲାଉଦ୍ଦିନର ପ୍ରବେଶ ଉପରେ ରୋକ୍ ଲଗାଯିବା ସହ ସଂପତି ମଧ୍ୟ ଜବତ କରାଯିବ ।