ହିଣ୍ଡନବର୍ଗ ରିପୋର୍ଟ ବନାମ ଆଦାନୀ ଗ୍ରୁପ୍। ବିବାଦ ଭିତରେ ପୁଣି ବଢିଲା ଆଦାନୀଙ୍କ ସେୟାର ମୂଲ୍ୟ।

221

କନକ ବ୍ୟୁରୋ: ହିଣ୍ଡନବର୍ଗ ରିପୋର୍ଟ ବିବାଦ ପରେ ବଢିଲା ଆଦାନୀଙ୍କ କମ୍ପାନୀୟ ସେୟାର ମୂଲ୍ୟ । ସୋମବାର ଷ୍ଟକ ଏକ୍ସଚେଞ୍ଜର ପ୍ରାରମ୍ଭିକ କାରବାରରେ ଆଦାନୀ ପୋର୍ଟ ଓ ଏଣ୍ଟରପ୍ରାଇଜ ସେୟାର ମୂଲ୍ୟ ବୃଦ୍ଧି ପରିଲିକ୍ଷିତ ହୋଇଛି । ଆଦାନୀ ଏଣ୍ଟରପ୍ରାଇଜର କାରବାର ୧୦ ପ୍ରତିଶତ ବୃଦ୍ଧି ହୋଇଛି । ଶୁକ୍ରବାର ୨୭୬୧.୪୫ ଟଙ୍କାରେ ଷ୍ଟକ ବନ୍ଦ ହୋଇଥିବାବେଳେ ସୋମବାର ଏହା ୨, ୮୫୦ ଟଙ୍କା ସହ ଖୋଲିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ଏହା ୩. ୦୩୭. ୫୫ ଟଙ୍କାରେ ପହଁଞ୍ଚିଛି । ଏତଦ୍ ବ୍ୟତୀତ ଆଦାନୀ ପୋର୍ଟର ସେୟାର ମଧ୍ୟ ବଡ ଧରଣର ପରିବର୍ତନ ଦେଖିିବାକୁ ମିଳିଛି । ସେୟାର ବିଏଏସଇ ୯.୯୯ ପ୍ରତିଶତ ବୃଦ୍ଧି ପାଇ ୬୫୬.୬୦ ଟଙ୍କାର ଟ୍ରେଣ୍ଡ କରୁଛି । ଅନ୍ୟପଟେ ଆଦାନୀ ଗ୍ରୀନ ଏନର୍ଜି, ଟୋଟଲ ଗ୍ୟାସ, ବିଲମର, ପାୱାରର ସେୟାର ହ୍ରାସ ପାଇଛି । ତେବେ ହିଣ୍ଡନବର୍ଗ ରିପୋର୍ଟ ସାମ୍ନାକୁ ଆସିବା ପରେ ଆଦାନୀ ଗ୍ରୁପର ସେୟାର ବଡଧରଣର ହ୍ରାସ ପରିଲିକ୍ଷିତ ହୋଇଥିଲା ।

ନଜର ପକାନ୍ତୁ ହିଣ୍ଡେନ୍ବର୍ଗ’ର ଅଭିଯୋଗ ଉପରେ ଅସାଧୁ ଉପାୟରେ ଷ୍ଟକ ମୂଲ୍ୟରେ ବୁଦ୍ଧି ଘଟାଇ ୩ବର୍ଷ ଭିତରେ ୧୨୦ ବିଲିୟନ ଡଲାର ଠୁଳ କରିଛି ଆଦାନୀ ଗ୍ରୁପ୍
ପୁଞ୍ଜିବଜାରରେ ଆଦାନୀ ଗ୍ରୁପର ୭ଟି କମ୍ପାନୀର ସେୟାର ୩ବର୍ଷରେ ହାରାହାରି ୮ଶହ ପ୍ରତିଶତ ବୃଦ୍ଧି ପାଇଛି । ଷ୍ଟକ ଓ ଆକାଉଣ୍ଟରେ ବ୍ୟାପକ କାରସାଦି କରାଯାଇଥିବା ଅଭିଯୋଗ । ୨ ବର୍ଷ ଧରି ଆଦାନୀ ଗ୍ରୁପ୍ର କାରବାର ଉପରେ ନଜର ରଖିବା ପରେ ରିପୋର୍ଟ ଦେଇଛି ହିଣ୍ଡେନ୍ବର୍ଗ । ଆଦାନୀଙ୍କ ପରିବାର ସଦସ୍ୟମାନେ ଟିକସ ଫାଙ୍କିବା ପାଇଁ ବିଦେଶରେ ଜାଲ କମ୍ପାନୀ ଖୋଲିଥିବା ଅଭିଯୋଗ । ଜାଲ କାଗଜପତ୍ରରେ ମରିସସ୍, ୟୁଏଇ ଏବଂ କାରବିଆନ୍ ଆଇଲାଣ୍ଡରେ ବ୍ୟବସାୟ କରିଥିବା ଅଭିଯୋଗ । ଆଦାନୀ ଗ୍ରୁପ୍କୁ ମୋଟ ୮୯ଟି ପ୍ରଶ୍ନ ପଚାରିଛି ହିଣ୍ଡେନ୍ବର୍ଗ

ହିଣ୍ଡନବର୍ଗର ରିପୋର୍ଟକୁ ଖଣ୍ଡନ କରୁଛି ଆଦାନୀ ଗ୍ରୁପ୍ । ଭାରତ ବିରୋଧରେ ଏହ ଏକ ଷଡଯନ୍ତ୍ର ବୋଲି କହିଛି ଆଦାନୀ ଗ୍ରୁପ । ୪୧୩ ପୃଷ୍ଠା ଲେଖା ସହ ହିଣ୍ଡନବର୍ଗକୁ ଜବାବ ଦିଆଯାଇଛି । ଜବାବରେ ଆଦାନୀ ଗ୍ରୁପ ଲେଖିଛି ଯେ, ଲଗାଯାଇଥିବା ସମସ୍ତ ଅଭିଯୋଗ ଭିତ୍ତହୀନ ଓ ମିଛ ଅଟେ । ରିପୋର୍ଟର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଆମେରିକା କମ୍ପାନୀକୁ ଆର୍ଥିକ ଲାଭ ଦେବା ପାଇଁ ନୂଆ ବଜାର ସୃଷ୍ଟି କରିବା । ଭୁଲ ତଥ୍ୟ ଓ ସୂଚନା ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଆଦାନୀ ଗ୍ରୁପର ଆଇପିଓ ଲଞ୍ଚ ପୂର୍ବରୁ ହିଣ୍ଡନବର୍ଗ ଏଭଳି ରିପୋର୍ଟ କରି ନିଜର ବିଶ୍ୱସନୀୟତା ହରାଇଛି । ହି୍ଣ୍ଡନବର୍ଗର ରିପୋର୍ଟ ଉଦ୍ଦେଶ୍ୟ ମନ୍ଦ ଅଟେ । ସିକ୍ୟୁରିଟି ଅଫ ଫରେନ ଏକ୍ସଚେଞ୍ଚର ଲକୁ ଉଲ୍ଲଂଘନ କରିଛି । ନିରପେକ୍ଷ ନୁହେଁ ଏହି ରିପୋର୍ଟା

ଆଦାନୀ ଏଣ୍ଟରରପ୍ରାଇଜେସର ସେୟାର ନୁହେଁ, ଆଦାନୀ ଗ୍ରୁପର ସବୁ କମ୍ପାନୀର ସେୟାର ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ଆଦାନୀ ଗ୍ରୁପ୍ର ୧୦ଟି କମ୍ପାନୀ ମଧ୍ୟରୁ ୭ଟି ସଂସ୍ଥାରେ ସେୟାର ମୂଲ୍ୟ ପାଖାପାଖି ୨୦ ପ୍ରତିଶ୍ରତ ହ୍ରାସ ପାଇଛି । ଦୁଇ ଦିନରେ ୪ ଲକ୍ଷ ୧୭ ହଜାର କୋଟି ଟଙ୍କା ହରାଇଛନ୍ତି ଗୌତମ ଆଦାନୀ । ବିଶ୍ୱ ଧନୀ ତାଲିକାରେ ତୃତୀୟ ସ୍ଥାନରୁ ସପ୍ତମ ସ୍ଥାନକୁ ଖସି ଆସିଛନ୍ତି ।