ହିମାଚଳରେ ସରିଲା ନିର୍ବାଚନୀ ପ୍ରଚାର । ୧୨ ତାରିଖରେ ପଡିବ ଭୋଟ

118

କନକ ବ୍ୟୁରୋ : ହିମାଚଳରେ ସରିଲା ନିର୍ବାଚନୀ ପ୍ରଚାର । ବିଧାନସଭା ନିର୍ବାଚନ ପାଇଁ ୧୨ ତାରିଖରେ ପଡିବ ଭୋଟ । ଏହି କ୍ରମରେ ଗୁରୁବାର ଶେଷ ଥିଲା ପ୍ରଚାର । ଏଣୁ ବିଭିନ୍ନ ଦଳମାନେ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ପହଁଚି ପ୍ରଚାର କରିଛନ୍ତି । ବିଜେପି ପକ୍ଷରୁ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ,ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପ୍ରଚାରମଙ୍ଗ ସମ୍ଭାଳିଥିଲେ ।ସେପଟେ ପୁଣି ଥରେ କଂଗ୍ରେସ ପାଇଁ ଜୋରଦାର ପ୍ରଚାର କରିଥିଲେ କଂଗ୍ରେସ ସାଧାରଣ ସମ୍ପାଦିକ ପ୍ରିୟଙ୍କା ଗାନ୍ଧୀ ବାଡ୍ରା । ଭୋଟପାଇଁ ଦଳମାନେ ପ୍ରଚାରର ଶେଷ ଦିନରେ ପ୍ରତିଶ୍ରୁତିର ବର୍ଷା କରିଛନ୍ତି ।