ଅର୍ଚ୍ଚନାଙ୍କ ନାଗଫାଶରେ ପଡ଼ିଥିଲେ କେଉଁ ନେତା? କନକ ନ୍ୟୁଜ ଆଗରେ ଗୁମର ଖୋଲିଲେ ଭଉଣୀ।

643

କନକ ବ୍ୟୁରୋ: ସେକ୍ସଟର୍ସନ ମାମଲାରେ ଗିରଫ ହୋଇଥିବା ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କୁ ନେଇ ି ଚାଂଚଲ୍ୟକର ଖୁଲାସା କରିଛନ୍ତି ତାଙ୍କ ଭଉଣୀ । କନକ ନ୍ୟୁଜକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାର ଦେଇ ଅର୍ଚ୍ଚନାଙ୍କ ଭଉଣୀ କହିଛନ୍ତି, ରାଜନୀତିରେ ପ୍ରବେଶ କରି ଅର୍ଚ୍ଚନା ନେତା ହେବାକୁ ଯୋଜନା ପ୍ରସ୍ତୁତ କରୁଥିଲେ । ବଡ ବଡ ନେତାଙ୍କ ସହ ସମ୍ପର୍କ ବଢ଼ାଇଥିଲେ । ସେମାନଙ୍କ ସହ ବସାଉଠା କରୁଥିଲେ । ସମ୍ପର୍କ ବଢ଼ିବା ପରେ ବହୁ ରାଜନେତା ତାଙ୍କ ଘରକୁ ଆସୁଥିଲେ । କେବଳ ଏତିକି ନୁହେଁ ନେତାମାନେ କେମିତି ସୁବିଧାବେଳେ ତାଙ୍କ ଭଉଣୀଙ୍କ ସହ ଥିଲେ, ଆଉ ଅସୁବିଧାବେଳେ ଦୂରେଇ ଗଲେ ସେନେଇ କ୍ଷୋଭ ପ୍ରକାଶ କରିଛନ୍ତ । କହିଛନ୍ତି, ଅର୍ଚ୍ଚନା ଜେଲରୁ ମୁକୁଳିବା ପରେ ସମସ୍ତ କଥାର ଗୁମର ଖୋଲିବେ ।

ତେବେ ଅର୍ଚ୍ଚନାଙ୍କୁ ଜାଣିଶୁଣି ଫସାଇ ଦିଆଯାଇଥିବା ତାଙ୍କ ଭଉଣୀ ଅଭିଯୋଗ କରିଛନ୍ତି । କହିଛନ୍ତି, କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ସେମାନଙ୍କ ସ୍ୱାର୍ଥ ପାଇଁ ଅର୍ଚ୍ଚନାଙ୍କୁ ଫସାଇ ଦେଇଛନ୍ତି । ସେପଟେ ଅର୍ଚ୍ଚନା ନାଗ ମାମଲାରେ ୬ଟି ସ୍ଥାନରେ ରେଡ୍ କରିଛି ଇଡି । ଅର୍ଚ୍ଚନା ନାଗଙ୍କ ଘର, ବାପଘର, ଶାଶୁଘର, ତାଙ୍କ ସହଯୋଗୀ ଖଗେଶ୍ୱରଙ୍କ ଘର ଓ ଗାଡି ସୋରୁମ, ଅର୍ଚ୍ଚନାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଶ୍ରଦ୍ଧାଞ୍ଜଳିଙ୍କ ଘରେ ରେଡ୍ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଇଡି ରେଡ୍ କରିବା ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନ ବାଜି ।

ତେବେ ଶ୍ରଦ୍ଧାଞ୍ଜଳିଙ୍କ ଘରେ ରେଡ ଚାଲିଥିବାବେଳେ ଗଣମାଧ୍ୟମ ପ୍ରତିନିଧି ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ସେମାନେ ଗୋଡାଇ ଥିବା ଦେଖିବାକୁ ମିଳିଛି । ଯାହା ଚର୍ଚ୍ଚାର ବିଷୟ ହୋଇଛି । ସେପଟେ ଇଡି ସ୍କାନରକୁ ଆଉ କିଏ କିଏ ଆସୁଛନ୍ତି ତାକୁ ନେଇ ନେତାଙ୍କ ଛାତିରେ ଛନକା ପଶିଛି ।