‘ହର ଘର ତ୍ରିରଙ୍ଗା’ ଅଭିଯାନ, ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆ ।

68

କନକ ବ୍ୟୁରୋ: ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରା ବେନ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଜୁଲାଇ ୨୨ରେ ଦିଆଯାଇଥିବା ଏହି ଆହ୍ୱାନ କ୍ରମେ ୧୩ରୁ ୧୫ ଅଗଷ୍ଟ ମଧ୍ୟରେ ସମସ୍ତ ଦେଶବାସୀଙ୍କୁ ଘରେ ତ୍ରିରଙ୍ଗା ଉଡାଇବେ । ଏଥିରେ ଦେଶବାସୀ ସାମିଲ ହେଉଥିବା ବେଳେ ନିଜେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆ ହୀରାବେନ ମଧ୍ୟ ସାମିଲ ହୋଇଛନ୍ତି । ଶନିବାର ସେ ଛୋଟ ଛୋଟ ପିଲାମାନଙ୍କ ସହ ରାଷ୍ଟ୍ରୀୟ ଧ୍ୱଜ ଉଡାଇଛନ୍ତି ।