କାଳ ହେଲା ଲଗାଣ ବର୍ଷା : ୩ଫୁଟ୍ ନାଳ ପାଣିରେ ପଶି ଶବ ବୋହିଲେ ସମ୍ପର୍କୀୟ; ନାଳପାଣି ଅତିକ୍ରମ କରି ଶବ ସତ୍କାର

76

କନକ ବ୍ୟୁରୋ : ୩ଫୁଟ୍ ନାଳ ପାଣି ଅତିକ୍ରମ କରି ଶବ ସତ୍କାର କଲେ ସମ୍ପର୍କୀୟ । କଳାହାଣ୍ଡିରେ ଗତ କିଛି ଦିନ ହେଲା ଲଗାଣ ବର୍ଷା ଜାରି ରହିଛି । ବର୍ଷା ଯୋଗୁଁ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଉଛି । ତେବେ କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ବେହେରାଗୁଡ଼ା ଗାଁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବର୍ଷା ଯୋଗୁଁ ଗାଁ ନିକଟ ନାଳରେ ପାଣି ଜମି ରହିଛି ।

ଶବ ସତ୍କାର କରିବା ପାଇଁ ୩ ଫୁଟ ଉଚ୍ଚର ପାଣି ଭିତରେ ପଶି ମୃତଦେହକୁ ବୋହି ନେବାର ଚିତ୍ର ଏବେ ଚର୍ଚ୍ଚାକୁ ଆସିଛି । ବେହେରାଗୁଡ଼ା ଗାଁର ସନ୍ତ ରାଣା ଦୀର୍ଘ ଦିନ ହେଲା ପାରାଲିସିସ୍ ରୋଗରେ ଆକ୍ରାନ୍ତ ଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଲଘୁଚାପ ଜନିତ ଲଗାଣ ବର୍ଷା କାଳ ହୋଇଛି । ନାଳ ପାଣି ଅତିକ୍ରମ କରି ପରିବାର ଲୋକ ଶବ ସତ୍କାର କରିଛନ୍ତି ।