ରସିକିଆ ହେଡମାଷ୍ଟରଙ୍କ ନଟି କାହାଣୀର ପର୍ଦ୍ଦାଫାଶ ! ଆସିଲା ଦୁଷ୍କର୍ମ ଅଭିଯୋଗ, ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

346

କନକ ବ୍ୟୁରୋ : ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ । ଏପରି ସାଂଘାତିକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସିରିମସ୍କା ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ । ପ୍ରଧାନଶିକ୍ଷକ ବାଳକୃଷ୍ଣ ମହାପାତ୍ର ଆଦିବାସୀ ଅନ୍ତେବାସୀ ଛାତ୍ରୀଙ୍କୁ ନିର୍ଯାତନା ଦେବା ଅଭିଯୋଗ ଆସିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି ।

ଅଭିଯୋଗ ଅନୁସାରେ, ବାଳକୃଷ୍ଣ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଥାଇ ନିଜ ପଦର ଅପବ୍ୟବହାର କରିଥିଲେ । ଆଉ ନିଜ ପ୍ରଭାବ ବିସ୍ତାର କରି ଛାତ୍ରୀଙ୍କୁ ନିର୍ଯାତନା ଦେଉଥିଲେ । ତେବେ ପ୍ରଶାସନିକ ତଦନ୍ତ ପରେ ତାଙ୍କ ନାଁରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଥାନାରେ ଏତଲା ଦେଇଥିଲେ । ଏହା ପରେ ଘଟଣାର ପର୍ଦ୍ଦାଫାସ ହୋଇଛି ।

ଭବାନୀପାଟଣାସ୍ଥିତ ଉପଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟରେ ସଂମ୍ପୃକ୍ତ ଛାତ୍ରୀଙ୍କୁ ଆଣି ବୟାନ ରେକର୍ଡ କରାଯାଇଛି । କିଛି ଦିନ ତଳେ ଏଭଳି ଅଭିଯୋଗ ଆସିଥିଲେ ବି ସଂପୃକ୍ତ ପ୍ରଧାନ ଶିକ୍ଷକ ଘଟଣାକୁ ରଫାଦଫା କରିବାକୁ ଉଦ୍ୟମ କରଥିବା ଅଭିଯୋଗ ହୋଇଛି ।