ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ମନ୍ଦିରରେ ତୁମୁଳକାଣ୍ଡ । ମଦ୍ୟପାନକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ମାରପିଟ୍

208

କନକ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝିର ପ୍ରସିଦ୍ଧ ଶୈବପୀଠ ମନ୍ଦିର ପରିସରରେ ଗାଧୋଇବା ବେଳେ ମଦ୍ୟ ପାନ କରିବାକୁ ନେଇ ତୁମୁଳ କାଣ୍ଡ । ହରିଶଙ୍କର ପୀଠରେ ଥିବା ଚିରସ୍ରୋତା ଖସଡ଼ା ପଥରରେ କିଛି ସ୍ଥାନୀୟ ଅସାମାଜିକ ବ୍ୟକ୍ତି ଗାଧୋଇବା ବେଳେ ମଦ୍ୟପାନ କରୁଥିଲେ । ଏହାକୁ ମନ୍ଦିର କମିଟି ବାରଣ କରିଥିଲା । ଯାହା ପରେ କଣ୍ଟାବାଞ୍ଝିର ଅସାମାଜିବ ବ୍ୟକ୍ତି ଓ ମନ୍ଦିର କମିଟି ମଧ୍ୟରେ ଖୁବ୍ ମାରପିଟ୍ ହୋଇଥିଲା ।

ଯେଉଁ କାରଣରୁ ସେଠାରେ ଥିବା ମହିଳା, ଶୈବ ଭକ୍ତ ଓ ପର୍ଯ୍ୟଟକ ପଳାଇ ଯାଇଥିଲେ । ହରିଶଙ୍କରରେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପୁଲିସ୍ ମୁତୟନ କରାଯାଇଥାଏ । କିନ୍ତୁ ଏତେବଡ଼ ଉତ୍ତେଜନା ବେଳେ ପୋଲିସ୍ ଉପସ୍ଥିତ ନଥିବା ଜଣାପଡ଼ିଛି । ତେବେ ତୁମୁଳକାଣ୍ଡ ସରିବା ପରେ ପୋଲିସ୍ ପହଞ୍ଚିଥିଲେ  । ଦୁଇଗୋଷ୍ଠୀ ପକ୍ଷରୁ ଖପ୍ରାଖୋଲ ଥାନାରେ ଅଭିଯୋଗ ହୋଇଛି ।