୬୯ବର୍ଷ ବୟସରେ ବଲିଉଡର ଏଭରଗ୍ରୀନ ନାୟିକା ରେଖା । ଜନ୍ମଦିନରେ ନାୟିକାଙ୍କୁ ଛୁଟିଲା ଶୁଭେଚ୍ଛାର ସୁଅ

272

କନକ ବ୍ୟୁରୋ : ଅଭିନୟ,ସୌନ୍ଦଯ୍ୟ,ବିବାଦକୁ ନେଇ ବଲିଉଡରେ ଲମ୍ବା ସଫର ଅତିକ୍ରମ କରିଛନ୍ତି ଭାନୁ ରେଖା ଓରଫ ରେଖା । ତାମିଲ ଫିଲ୍ମର ଦୁଇ ପରିଚିତ ଚେହେରା ପୁଷ୍ପାଭଲି ଓ ଜାମନି ଗଣେଷଙ୍କ ଝିଅ ଭାନୁ ରେଖା ୧୯୫୪ ମସିହାରେ ମାଡ୍ରାସରେ ଜନ୍ମଗ୍ରହଣ କରିଥିଲେ । ଅଭିନୟ ପ୍ରତି ଇଚ୍ଛା ନଥିବା ସତ୍ୱେ ପରିବାର ଦାୟିତ୍ୱ ସମ୍ଭାଳିବା ପାଇଁ କେବଳ ୧୩ବର୍ଷ ବୟସରେ ରଙ୍ଗମଂଚ ଦୁନିଆରେ ସେ ପାଦ ରଖିଥିଲେ । ଶ୍ୟାମଳ ରଙ୍ଗ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ରେଖାଙ୍କୁ ବେଶ ସଂର୍ଘଷ ସହିବାକୁ ପଡିଥିଲା । ତେବେ ଯାଦୁଗରୀ ଅଭିନୟ ଦେଖାଇ କ୍ରମଶ ଲୋକପ୍ରିୟ ଏବଂ ଚର୍ଚ୍ଚିତ ନାୟିକା ସେ ପାଲଟିଥିଲେ । ତାଙ୍କ ଫିଲ୍ମୋଗ୍ରାଫିରେ ରହିଛି ଏକ ସେ ବଡକର ଫିଲ୍ମର ତାଲିକା ରହିଛି । ବ୍ଲକବଷ୍ଟର ହିଟ ଫିଲ୍ମଠୁ ନେଇ ଚର୍ଚ୍ଚିତ ସିନେମାରେ ରହିଛି ରେଖାଙ୍କ ଦମଦାର ଅଭିନୟ । ଫିଲ୍ମ ଜୀବନ ପରି ରେଖାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ବେଶ ଝଡ ଦେଇ ଗତି କରିଥିଲା । ବିଗ ବି ଅମିିତାଭ ବଚ୍ଚନଙ୍କଠୁ ସହ ରେଖାଙ୍କ ପ୍ରେମ ସର୍ମ୍ପକ ବଲିଉଡ ଇତିହାସର ସବୁଠୁ ଚର୍ଚ୍ଚିତ ପ୍ରେମ କାହାଣୀ ଭିତରେ ଅନ୍ୟତମ ।ଏମାନଙ୍କ ପ୍ରେମ ସର୍ମ୍ପକ ଭାଙ୍ଗିବା ପରେ ୧୯୯୦ ମୁକେଶ ଅଗ୍ରୱାଲଙ୍କ ସହ ରାତାରାତି ବିବାହ କରି ରେଖା ଖବରରେ ରହିଥିଲେ । ତେବେ ଦୁଭାଗ୍ୟପୂର୍ଣ୍ଣଭାବେ ଥିଲା ମୁକେଶ ବିବାହର ଗୋଟେ ବର୍ଷ ମଧ୍ୟରେ ଆତ୍ମହତ୍ୟା କରିଥିଲେ । ଏମିତି ଗୋଟେ ପରେ ଗୋଟେ ଘଟଣା ରେଖାଙ୍କୁ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ସମସ୍ତ ପରିସ୍ଥିତିରେ ସ୍ମିତହାସ୍ୟ ଓ ସୁଦୃଢ ମନୋବଳ ସେ ଆଗେଇଛନ୍ତି । ଆଜିର ଦିନରେ ରେଖାଙ୍କ ସୌନ୍ଦଯ୍ୟ ସାମ୍ନାରେ ନବାଗତା ନାୟିକା,ମଡେଲମାନେ ଫିକା ପଡନ୍ତି । ଯେଉଁଠି ରେଖା ପହଁଚିଛନ୍ତି ସେଠି ରେଖାଙ୍କ ଝଲକ ପାଇବା ପାଇଁ ଭିଡ ଜମେ । ମାୟାନଗରୀରେ ପ୍ରାୟ ୫୫ବର୍ଷ ବିତେଇସାରିଥିବା ଏହି ଅଭିନେତ୍ର ସବୁବର୍ଗର କଳାକାରଙ୍କ ସହ ଯୋଡି ଜମାଇବାରେ ଧୁରନ୍ଧର । ପରଦାରେ କମାଲ କରନ୍ତି ଓ ପ୍ରଂଶସା ସାଉଁଟିଥାନ୍ତି । ସଫଳ ଅଭିନେତ୍ରୀଭାବେ ରେଖା ନିଜ ପାଇଁ ଜାତୀୟ ଚଳଚିତ୍ର ପୁରସ୍କାର ଠୁ ନେଇ ଫିଲ୍ମ ଫେୟାର ଆୱାର୍ଡ ହାତେଇଛନ୍ତି । ଜନ୍ମଦିନ ମୌକାରେ ରେଖାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।