ବଢ଼ିଲା ଆମ ଆଦମୀ ପାର୍ଟି ସାଂସଦ ସଂଜୟ ସିଂଙ୍କ ଇଡି ରିମାଣ୍ଡ । ଅକ୍ଟୋବର ୧୩ପର୍ଯର୍ନ୍ତ ରିମାଣ୍ଡରେ ରହିବେ ଆପ୍ ସାଂସଦ

115

କନକ ବ୍ୟୁରୋ : ବଢୁଛି ଆପ୍ ସାଂସଦ ସଞ୍ଜୟ ସିଂହଙ୍କ ଅଡୁଆ, ୧୩ ଅକ୍ଟୋବର ପର୍ଯ୍ୟନ୍ତ ଇଡି ରିମାଣ୍ଡ ବୃଦ୍ଧି । ଇଡି ପ୪ରୁ ୫ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯାଇଥିବା ବେଳେ ୩ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ଜେରା ବେଳେ ସଞ୍ଜୟ ସିଂ ସହଯୋଗ କରୁନଥିବା କୋର୍ଟରେ କହିଲା ଇଡି । ଗିରଫର ୬ଦିନ ପରେ ବି ସଞ୍ଜୟ ସିଂ ତଦନ୍ତରେ ସହଯୋଗ କରୁନାହାଁନ୍ତି । ଏପର୍ଯ୍ୟନ୍ତ କଲ ଡାଟା ରେକର୍ଡ ମିଳିନଥିବା ବେଳେ ସଞ୍ଜୟ ସିଂ ନିଜର ପୁରୁଣା ଫୋନ ସମ୍ପର୍କରେ ତଥ୍ୟ ମଧ୍ୟ ଦେଉନଥିବା କୋର୍ଟଙ୍କୁ କହିଛନ୍ତି ଇଡି ଅଧିକାରୀ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅକ୍ଟୋବର ୪ତାରିଖରେ ସଞ୍ଜୟ ସିଂହଙ୍କୁ ଗିରଫ କରିଥିଲା ଇଡି । ମଦ ଘୋଟାଲାରେ ଅଭିଯୁକ୍ତ ଦିନେଶ ଆରେଡାର ବୟାନ ଆଧାରରେ ସଞ୍ଜୟ ସିଂହଙ୍କୁ ଗିରଫ କରିଛି ଇଡି । ସେପଟେ ଜମି ସ୍କାମକୁ ନେଇ ଆପ୍ ନେତା ଅମ୍ମନୁତୁଲା ଖାନଙ୍କ ବିଭିନ୍ନ ଠିକଣା ଉପରେ ଇଡି ପ୪ରୁ ଚଢାଉ ଜାରି ରହିଛି । ଅମ୍ମନୁତୁଲାଙ୍କ ନାଁରେ ଆସିଥିବା ୱାକଫ୍ ବୋର୍ଡ ଜମି ଦୁର୍ନୀତି ଅଭିଯୋଗ ଆଧାରରେ ଚଢାଉ ଜାରି ରଖିଛି ଇଡି । ଗତବର୍ଷ ମଧ୍ୟ ଏହି ମାମଲାରେ ଅମ୍ମନୁତୁଲା ଗିରଫ ହୋଇଥିବା ବେଳେ ପରେ ତାଙ୍କୁ ଜାମିନ ମିଳିଥିଲା । ସେପଟେ ଏହି ରେଡ ବିରୋଧରେ ନୂଆଦିଲ୍ଲୀ ଆପ୍ ପ୪ରୁ ଇଡି କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରାଯାଇଛି । କେନ୍ଦ୍ର ସରକାର ଆପ୍ ନେତା ମାନଙ୍କୁ ମିଛ ମାମଲାରେ ଫସାଯାଇ ଗିରଫ କରୁଛନ୍ତି । ଆପ୍ ପ୍ରତି ବିଜେପିର ଭୟ ବଢୁଛି ବୋଲି ରାଜ୍ୟସଭା ।ସାଂସଦ ରାଘବ ଚଢା ପ୍ରେସମିଟ୍ କରି କହିଛନ୍ତି ।