ଅସ୍ତ୍ର ଯୁଦ୍ଧ ପରେ ଏବେ ବ୍ଲାକମେଲ୍ ଆରମ୍ଭ କରିଛି ହମାସ୍ । ବୋମା ମାଡ ରୋକିବାକୁ ଜାରି କରିଛି ଇସ୍ରାଏଲି ଯୁବତୀଙ୍କ ଭିଡିଓ

317

କନକ ବ୍ୟୁରୋ: ଶସ୍ତ୍ର ଯୁଦ୍ଧ ପରେ ଏବେ ମନସ୍ତତ୍ତ୍ୱ ଯୁଦ୍ଧ । କାରଣ ଲଗାତାର ପ୍ରଚଣ୍ଡ ବୋମାମାଡକୁ ରୋକିବାକୁ ଇସ୍ରାଏଲି ଯୁବତୀଙ୍କୁ ଢାଲ କରିଛି ହମାସ୍ ସଙ୍ଗଠନ । ବନ୍ଧକ ରଖିଥିବା ଆହତ ଇସ୍ରାଏଲି ହଷ୍ଟେସଙ୍କର ଚିକିତ୍ସା କରାଯାଉଥିବାର ଏକ ଭିଡିଓ ଜାରି କରି ବ୍ଲାକମେଲ କରୁଛି ହମାସ୍ ।

ସପ୍ତାହରୁ ଆରମ୍ଭ ହୋଇଥିବା ଇସ୍ରାଏଲ-ହମାସ୍ ଯୁଦ୍ଧ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଏହାରି ଭିତରେ ହମାସ ଆତଙ୍କବାଦୀ ଗାଜାରେ କରିଥିବା ପଣବନ୍ଦୀମାନଙ୍କର ପ୍ରଥମ ଭିଡିଓ ଜାରି କରିଛି ବୋଲି ଜେରୁସଲିମ୍‌ ପୋଷ୍ଟ୍‌ ରିପୋର୍ଟ କରିଛି। ଏହି ଭିଡିଓକୁ ‌ସୋମବାର ନିଜ ଟେଲିଗ୍ରାମ୍‌ ପେଜ୍‌ରେ ଜାରି କରିଛି ହମାସ୍‌। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ପଣବନ୍ଦୀ ଯୁବତୀଙ୍କ ହାତ ଭାଙ୍ଗିଯାଇଛି। ସେ କ୍ଷତାକ୍ତ ଅବସ୍ଥାରେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଯୁବତୀ ଜଣକ ଏହି ଭିଡିଓରେ ତାଙ୍କୁ ମୁକ୍ତ କରି ତାଙ୍କ ପରିବାର ପାଖରେ ପହଞ୍ଚାଇବାକୁ ଆକୁଳ ନିବେଦନ କରିଛନ୍ତି ।