ମୋବାଇଲ ଟଙ୍କା ପାଇଁ ବନ୍ଧୁ ହତ୍ୟା : ପୋଲିସର ତଦନ୍ତ ପରେ ସାମ୍ନାକୁ ଆସିଲା ସତ

110

କନକ ବ୍ୟୁରୋ : ମୋବାଇଲ ଟଙ୍କାକୁ କେନ୍ଦ୍ର କରି ସାଙ୍ଗକୁ ହତ୍ୟା । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଣଖା ସାହି ଗାଁରୁ ଆସିଛି ଏଭଳି ଅଭାବନୀୟ ଘଟଣା । ମୋବାଇଲ ଟଙ୍କାକୁ କେନ୍ଦ୍ର କରି ସାଙ୍ଗକୁ ହତ୍ୟା କରି ପରେ ପୋଖରିରେ ଫୋପାଡି ଦେଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ମାଧପୁର ପଞ୍ଚାୟତ ଅଣଖା ସାହି ଗାଁର ସୁକାନ୍ତ ଦାସ ।

ସେହି ଗାଁର ତାଙ୍କ ବନ୍ଧୁ ଜୟ ଦେବାଶିଷ ତାଙ୍କୁ ହତ୍ୟା କରିବା ସହ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ପୋଖରୀରେ ଫୋପାଡି ଦେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ସୁକାନ୍ତଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ଆଧାରରେ ପୋଲିସ ଫରେନସିକ୍ ଟିମ୍ ସହ ସନ୍ଧାନୀ କୁକୁର ସହାୟତାରେ ମୃତଦେହ ଠାବ କରିବାରେ ସଫଳ ହୋଇଥିଲା । ପରେ ଅଭିଯୁକ୍ତ ଜୟ ଦେବାଶିଷକୁ ଅଟକ ରଖି ଅଧିକ ପଚରା ଉଚରା କରୁଛି ଚାନ୍ଦାବାଲି ଥାନା ପୋଲିସ ।