କିଶୋରଙ୍କୁ ଦିଆଯିବ କେବଳ କୋଭାକ୍ସିନ ଟିକା । ଜାରି ହେଲା ଗାଇଡଲାଇନ, ଆସନ୍ତା ୩ରୁ ହେବ ଟିକାକରଣ ।

110

କନକ ବ୍ୟୁରୋ  : କିଶୋରଙ୍କୁ କୋଭିଡ ଟିକାକରଣ ନେଇ ଜାରି ହେଲା ଗାଇଡଲାଇନ । ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକା ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ ଆସନ୍ତା ଜାନୁଆରୀ ୩ ତାରିଖରୁ କିଶୋର ମାନଙ୍କୁ କୋଭିଡ ଟିକା ଦିଆଯିବ । କିଶୋରଙ୍କୁ କେବଳ କୋଭାକ୍ସିନ ଟିକା ଦେବାକୁ ନିଷ୍ପତ୍ତି ନିଆଯାଇଛି । ୨୦୦୭ ପୂର୍ବରୁ ଜନ୍ମ ନେଇଥିବା କିଶୋର ମାନଙ୍କୁ ଟିକା ଦିଆଯିବ । କୋ-ୱିନ୍ ଆପ୍ ମାଧ୍ୟମରେ ପଞ୍ଜୀକରଣ କରି ଟିକା ନେଇପାରିବେ ୧୫ରୁ ୧୮ ବର୍ଷର ପିଲା ।

ଏହାବାଦ୍ ସମ୍ମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମଧ୍ୟ ତୃତୀୟ ଡୋଜ ଟିକା ଦେବା ନେଇ ଗାଇଡଲାଇନ ଆସିଛି । ଜାନୁଆରୀ ୧୦ ତାରିଖରୁ ତୃତୀୟ ଡୋଜ ଟିକା ଦେବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍ପଷ୍ଟ କରିଛି । ତେବେ ତୃତୀୟ ଡୋଜ ଟିକା ନେବା ପାଇଁ ପୂର୍ବରୁ ଦୁଇଟି ଡୋଜ ଟିକା ନେଇଥିବା ଆବଶ୍ୟକ । ଏହାବାଦ ଦ୍ୱିତୀୟ ଡୋଜ ଟିକା ନେବାର ୩୯ ସପ୍ତାହ କିମ୍ବା ୯ ମାସ ପରେ ତୃତୀୟ ଡୋଜ ଟିକା ନେଇପାରିବେ । ସେହିଭଳି ୬୦ ବର୍ଷରୁ ଅଧିକ ବହୁବିଧ ରୋଗାକ୍ରାନ୍ତଙ୍କୁ ଯେଉଁମାନେ ଟିକାର ୨ଟି ଡୋଜ ନେଇସାରିଛନ୍ତି ସେମାନେ ମଧ୍ୟ ୩ୟ ଡୋଜ ଟିକା ନେଇପାରିବେ । ଡାକ୍ତରଙ୍କ ପରାମର୍ଶକ୍ରମେ ତୃତୀୟ ଡୋଜ ଟିକା ନେଇପାରିବେ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ।