ସରିଲା ରାତି ଅଧିଆ ଜିପିଆର ସର୍ଭେ : ଶେଷ ଦିନରେ ଏମାର ମଠର ହେଲା ଯାଞ୍ଚ; ଖୁବଶୀଘ୍ର ଓବିସିସିକୁ ହସ୍ତାନ୍ତର ହେବ ସର୍ଭେ ରିପୋର୍ଟ

61

କନକ ବ୍ୟୁରୋ : ସରିଲା ରାତି ଅଧିଆ ଜିପିଆର ସର୍ଭେ । ଏମାର ମଠ ଖନନ ସ୍ଥଳରେ ଜିପିଆର ସର୍ଭେ କରଯାଇଛି । ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକ୍ସନ୍ କର୍ପୋରେସନ୍ ଲିମିଟେଡ଼ ତଥା ଓବିସିସି ଚିଠି କ୍ରମେ ଗୁଜୁରାଟ ଆଇଆଇଟି ପକ୍ଷରୁ ଏହି ସର୍ଭେ କରାଯାଉଥିଲା ।

ଜିଓକାର୍ଟ ରାଡ଼ାର ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ଼ ଜରିଆରେ ଏହି ସର୍ଭେ କାରଯାଉଥିବା ବେଳେ ଏହା ଶେଷ ହୋଇଛି । ଏଥିରେ ୩ଟି ମେସିନ୍ ବ୍ୟବହାର କରାଯାଉଥିଲା । ୫ ଜଣ ଇଞ୍ଜିନିୟର ଏବଂ ୮ ଜଣ କର୍ମଚାରୀ କାର୍ଯ୍ୟରେ ଲାଗିଥିଲେ । ଓବିସିସ ଗୁଜୁରାଟ ଆଇଆଇଟିକୁ ୪ ଦିନରେ ଏହି ସର୍ଭେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ସର୍ଭେ ରିପୋର୍ଟ ଖୁବଶୀଘ୍ର ଓବିସିସିକୁ ହସ୍ତାନ୍ତର କରାଯିବ ।